ଜଗତସିଂହପୁର ଠାରେ ଭାରତ ବନ୍ଦ ସଫଳ ହୋଇଛି।

0 350

ଜଗତସିଂହପୁର,୦୮/୧୨(ପିପିଟି);ଗତ ୧୧ ଦିନ ଧରି ହଜାର ହଜାର କୃଷକ କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ସହିତ ପଞ୍ଚମ ରାଉଣ୍ଡ ଆଲୋଚନା ବିଫଳ ହେବା ପରେ କୃଷକମାନେ ଡିସେମ୍ବର ୮,୨୦୨୦ ରେ ଭାରତ ବନ୍ଦ ଡ଼ାକିଥିଲେ। ଆଜି ଭାରତ ବନ୍ଦ ଜଗତସିଂହପୁର ରେ ସମ୍ପୂର୍ଣ୍ଣ ସଫଳ ହୋଇଛି । ଅଖିଳ ଭାରତ କୃଷକ ସମନ୍ୱୟ ସମିତି ଡାକରା ରେ ଜଗତସିଂହପୁର ରେ ଅଖିଳ ଭାରତ କୃଷକ ସଭା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଅଖିଳ ଭାରତ ଯୁବ ସଙ୍ଘ, ଅଲ ଇଣ୍ଡିଆ ଟ୍ରେଡ଼ ୟୁନିଅନ୍ କଂଗ୍ରେସ ଏହି ବନ୍ଦ ରେ ସାମିଲ ହେଇଥିଲେ । ଚାଷୀ ମାନଙ୍କ ଡାକରାକୁ ସମର୍ଥନ ଜଣାଇ ଜଗତସିଂହପୁର ସହରର ସମସ୍ତ ବ୍ୟବସାୟୀ ମାନେ ଦୋକାନ ବଜାର ବନ୍ଦ ରଖିଥିଲେ । ଗାଡିମଟର ଚଳାଚଳ ସଂଖ୍ୟା ନଗଣ୍ୟ ଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଦ୍ଵାରା ଜନଗହଳି ପ୍ରାୟତଃ ନଥିଲା । ସିପିଆଇ ର ଜୋନ ସମ୍ପାଦକ ଓ ଯୁବ ସଙ୍ଘ ରାଜ୍ୟ ଉପସଭାପତି ସାଥି ସତ୍ୟ ରଂଜନ ମହାନ୍ତି, ଯୁବ ସଙ୍ଘ ଜିଲ୍ଲା ସମ୍ପାଦକ ସାଥି ରୋଜାଲିନ ଦାଶ , କୃଷକ ସଭାର ଜୋନ ସଭାପତି ନାରାୟଣ ଦାସ, ସମ୍ପାଦକ ନଟବର ନାୟକ, କୃଷକ ନେତା ସୁରେନ୍ଦ୍ର ଦାସ, ନଟବର ଦାସ, ତ୍ରିଲୋଚନ ବାରିକ ,ବିପିନ ଭୋଇ, ଅଭିରାମ ସାମଲ, ରବୀନ୍ଦ୍ର ଦାସ ଓ ଏଆଇଟିୟୁସିର ସୋମନାଥ ଗିରି ଓ ଅନ୍ୟ ମାନେ ଏହି ବନ୍ଦ ରେ ସାମିଲ ଥିଲେ ।

(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)

Leave A Reply

Your email address will not be published.