ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଗ କଟକ ଜିଲ୍ଲା ଶାଖା ବୈଠକ।

0 348

କଟକ, ତା ୦୭/୧୨(ପିପିଟି); ସୋମବାର ଦିନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ କଟକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସାମ୍ବାଦିକ ପ୍ରକୋଷ୍ଠ ରେ ଜିଲ୍ଲା ସଭାପତି ଅମରେନ୍ଦୁ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ରାଜ୍ଯ ସଭାପତି ସରୋଜ ପଟ୍ଟନାୟକ ଓ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ ମୂଖ୍ଯ ତଥା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କିଛି ବ୍ଯକ୍ତି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ନାମରେ ଆଉ ଏକ ସମାନ୍ତରାଳ ସଂଘ ଗଢି ଲୋକମାନଙ୍କୁ ଭୂଁଆ ବୁଲାଇବା କଥାରେ ସଦସ୍ଯ ମାନଙ୍କୁ ଅବଗତ କରାଇବା ସହ ସେମାନଙ୍କ ବିରୋଧରେ ଆଇନ୍ ର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ କର, କୁନାଲ ମିଶ୍ର, ଭାସ୍କର ସାହୁ, ପ୍ରଦୀପ୍ତ ଘଡେଇ, ଜିତେନ୍ଦ୍ର ପଣ୍ଡା, ରାହୁଲ ଦାସ, ବିନୋଦ ପତି, ସୁଜାତା ଗୋସ୍ୱାମୀ ପ୍ରମୁଖ ବହୁ ସାମ୍ବାଦିକ ମାନେ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥୁଲେ। ଶେଷରେ ଜିଲ୍ଲା ସମ୍ପାଦକ ସଂଜୟ କୁମାର ଶତପଥୀ ଧନ୍ଯବାଦ ଅର୍ପଣ କରିଥୂଲେ।

Leave A Reply

Your email address will not be published.