ଖଲ୍ଲିକୋଟ, ୦୬/୧୨(ପିପିଟି); ଖଲ୍ଲିକୋଟ କହିଲେ ରାଜତନ୍ତ୍ରର ପ୍ରଭାବକୁ ବୁଝାଏ । ରାଜତନ୍ତ୍ରର ଅଖଣ୍ଡ ପ୍ରଭାବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବ ମୂର୍ତ୍ତି ଭିତରେ ଦୁର୍ନୀତିର ଖେଳ । ଯୋଜନା ପାଇଁ ଅର୍ଥ ଖର୍ଚ୍ଚ ତଥାପି ଯୋଜନା ବିଫଳ ସେଥିପାଇଁ ଉତ୍ତର ଦାୟୀ କିଏ ?ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଲା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଛି କିନ୍ତୁ ସେ ସଂପର୍କରେ ନେତା,ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀ କିପରି ଜାଣିପାରିଲେ ନାହିଁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଓଡିଶାର ପ୍ରଗତି ଭିତରେ ଦୁର୍ନୀତିର ଖେଳ ଚରମ ସୀମାରେ ପହଞ୍ଚି। ତେନ୍ତୁଳିଆପଲ୍ଲୀ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସମୟରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ଲୋକଙ୍କ କାର୍ଯ୍ୟରେ ଲାଗିଲା ନାହିଁ। ଆଚଳ ପ୍ରକଳ୍ପ ମରାମତି ନାମରେ ଅର୍ଥ ଚଳୁ ହୋଇଛି କି ନାହିଁ ତଦନ୍ତ ସାପେକ୍ଷ। ରାଜକୋଷରୁ ଅର୍ଥ ଅପବ୍ଯୟ ହେବା ସହିତ ପ୍ରକଳ୍ପ ବିଫଳ ପାଇଁ କିଏ ଦାୟୀ ରହିବେ ଏବଂ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫରୱାର୍ଡ ବ୍ଲକ ସଂଗଠନ ପ୍ରଶ୍ନ ଉଠାଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ବିଫଳ ପାଇଁ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ କରାଯାଉ ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଫରୱାର୍ଡ ବ୍ଲକ ପକ୍ଷରୁ ଦାବି କରାଯାଇଛି। ଯନ୍ତ୍ରୀ ଓ ଠିକାଦାରଙ୍କ ଖେଳ ଯୋଗୁଁ ତେନ୍ତୁଳିଆପଲ୍ଲୀ ଗାଁ ପାଇଁ କାଳ ହୋଇଛି। ଦେଖାଯାଉ ଆମ ଜିଲ୍ଲାପାଳ ଓ ମୋ ସରକାର କଣ ପଦକ୍ଷେପ ନେଉଛନ୍ତି।