ସଂହତି ଦିବସ ପାଳିତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଗଠନ ପକ୍ଷରୁ ଧାରଣା।

0 407

ଜଗତସିଂହପୁର,୦୩/୧୨(ପିପିଟି); କେନ୍ଦ୍ର ସରକାରଙ୍କ କୃଷି ବିଲ୍ ୨୦୨୦ ଓ ବୈଦୁତିକ ଵିଲ୍ ୨୦୨୦ କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ ମିଳିବାରେ ଲାଗିଛି । ଗତ ନଭେମ୍ବର ୨୬ ତାରିଖରୁ ଏହି କୃଷକ ସଂଗଠନ ମାନଙ୍କର ନେତୃତ୍ବରେ ହଜାର ହଜାର କୃଷକଙ୍କୁ ଦିଲ୍ଲୀ ସ୍ଥିତ ଜନ୍ତରମନ୍ତରକୁ ପୁରାଇ ନ ଦେବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସହରର ୫ଟି ପ୍ରବେଶ ପଥରେ ପୋଲିସ ମୁତୟନ କରି ଅକଥନୀୟ ଅତ୍ୟାଚାର କରିବା ଦ୍ୱାରା ୩ ଜଣଙ୍କର ପ୍ରାଣହାନି ମଧ୍ୟ ଘଟିଛି । ପ୍ରବଳ ଶୀତ ପ୍ରକୋପ ଓ ସରକାରଙ୍କ ପୋଲିସ ଅତ୍ୟାଚାରକୁ ଖାତିର ନ କରି ହଜାର ହଜାର କୃଷକ ପଞ୍ଜାବ, ହରିୟଣା, ଉତ୍ତର ପ୍ରଦେଶ ରାଜ୍ୟରୁ ଆସି ଦିଲ୍ଲୀ ସହରର ପ୍ରବେଶ ପଥରେ ଏକତ୍ରିତ ହେଉଛନ୍ତି । ଏହି ଅତ୍ୟାଚାରକୁ ବିରୋଧ କରି ସାରା ଦେଶରେ ୦୩ ଡିସେମ୍ଵର ଚାଷୀ ସଂହତି ଦିବସ ପାଳନ କରାଯାଉଥିବା ବେଳେ ଅଖିଳ ଭାରତୀୟ କୃଷକ କ୍ଷେତ ମଜଦୂର ସଂଗଠନ(AIKKMS) ଓ ଅଖିଳ ଭାରତ କୃଷକ ସଭା(AIKS) ତରଫରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକମାନେ ସଂଗଠିତ ହୋଇ ଗଣଧାରଣା ଦେଇଛନ୍ତି । ଏଆଇକେକେଏମ୍ଏସ୍ ସଂଗଠକ ମହେଶ୍ୱର ଦାସ ଓ ଏଆଇକେଏସ୍ ସଂଗଠକ ସତ୍ୟ ରଂଜନ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଏଆଇକେକେଏମ୍ଏସ୍ ସଂଗଠକ ସୁଵାସ ସ୍ଵାଇଁ, ଶ୍ରମିକ ନେତା ପ୍ରଦୀପ୍ତ ରାମ,କୃଷକ ନେତା ନବକିଶୋର ମହାନ୍ତି, ଏଆଇକେଏସ୍ ଜଗତସିଂହପୁର ଜୋନାଲ ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ, ଏଆଇକେକେଏମ୍ଏସ୍ ନାଉଗାଁ ଶାଖା ସଂପାଦକ ବସନ୍ତ ମଲ୍ଲିକ, ବାଲିକୁଦା ଶାଖା ସଂପାଦକ ଆର୍ତ୍ତ ଦାସ, ଚାଷୀ ସଂଗଠକ ଅଜିତ କାଣ୍ଡି, ସୁରେନ୍ଦ୍ର ଦାସ, ତ୍ରିଲୋଚନ ବାରିକ ପ୍ରମୁଖ ଏହି ସଭାରେ ବକ୍ତବ୍ୟ ରଖିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.