ବିନା ଗୁରୁରେ ଚିତ୍ରଶିଳ୍ପୀ ରେବା ବିଶ୍ବାସଙ୍କ ଅଦ୍ଭୂତ ଚିତ୍ରକଳା ।

0 389

ମାଲକାନଗିରି, ତା:୦୧/୧୨ ମାଲକାନଗିରି ଜିଲ୍ଲାର ୨୨ ବର୍ଷର ଝିଅ ରେବା ବିଶ୍ବାସ ବିନା ଗୁରୁରେ ଚିତ୍ରଶିଳ୍ପୀ ହୋଇ ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ଜଣାପଡିଛି । ସେ ଯେ କୌଣସି ଚିତ୍ର ଅତି ନିଖୁଣ ନିପୁଣ ଭାବେ ଅଙ୍କନ କରି ଜନ ମାନସରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ।କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଏମ୍.ପି.ଭି- ୭ ଗ୍ରାମର ଗଣେଶ ଚନ୍ଦ୍ର ବିଶ୍ବାସ ଏବଂ ମାତା ରମା ବିଶ୍ବାସଙ୍କ ଗର୍ଭରୁ ଜନ୍ମଲାଭ କରନ୍ତି ଝିଅ ରେବା ବିଶ୍ବାସ। ଶୈଶବ କାଳରୁ ଚିତ୍ର କଳା ପ୍ରତି ତାଙ୍କ ମନରେ ପ୍ରବଳ ଇଛା ଶକ୍ତି ଜାଗ୍ରତ ହୋଇଥିଲା।ରେବା ପ୍ରଥମ ଶ୍ରେଣୀରେ ଅଧ୍ଯୟନ କରୁଥିବା ସମୟରେ ସେ ବିଦ୍ୟାଳୟରେ ଚିତ୍ର କଳା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ହୋଇଥିଲେ। ରେବା ପରବର୍ତ୍ତୀ ସମୟରେ ଚିତ୍ରାଙ୍କନ ପ୍ରତି ଅଧିକ ଧ୍ଯାନ ଦେବା ଫଳରେ ତାଙ୍କ ମାଆ ବିରକ୍ତ ପ୍ରକାଶ କରୁଥିଲେ। ଭଲ ପାଠ ପଢିଲେ ଭଲ ଚାକିରି ମିଳିବ। ଚିତ୍ର ଅଙ୍କନ କଲେ କ’ଣ ମିଲିବ ବୋଲି ବାରଣ କରୁଥିଲେ। କିନ୍ତୁ ତାଙ୍କ ବାପା ପିଲାଟି ଦିନରୁ ଚିତ୍ରକଳା ପ୍ରତି ରୁଚି ରହିଥିବାରୁ ରେବାକୁ ଚିତ୍ରାଙ୍କନ ପ୍ରତି ପ୍ରାେତ୍ସାହିତ କରୁଥିଲେ। ଏପଟେ ଝିଅ ବାପା ଏବଂ ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଠ ସହ ଚିତ୍ରାଙ୍କନକୁ ମଧ୍ୟ ପ୍ରଧାନ୍ଯ ଦେଉଥିଲେ। ବର୍ତ୍ତମାନ ରେବା ବି.ଟେକ୍. ସିଭିଲ ଇଞ୍ଜିନିୟର ପାଠ ଶେଷ କରିଛନ୍ତି।
ଏହି ମଧ୍ୟରେ ହଠାତ କରୋନା ମହାମାରୀ ଜନୀତ ଲକ୍ ଡାଉନ ହୋଇଥିଲା। ଏହି ଲକ୍ ଡାଉନ ୪ ମାସ ପାଠ ପଢା ବନ୍ଦ ଥିଲା। ଏହାକୁ ସୁଯୋଗରେ ପରିଣତ କରି ଇଷ୍ଟାଗ୍ରାମରେ ବିଭିନ୍ନ କଳାକାର ଓ ବନ୍ଧୁମାନଙ୍କୁ ଚିତ୍ରକଳା ସମ୍ଭନ୍ଧରେ ତଥ୍ୟ ବୁଝି ନେଇଥିଲେ। ଯେହେତୁ ରେବା ଜଣେ ଶିକ୍ଷିତ ଝିଅ ହୋଇ ଥିବାରୁ । ନିଜ ପାଖରେ ଥିବା ମୋବାଲରେ ୟୁଟୁବ୍ ରୁ ଚିତ୍ରକଳା ପ୍ରଶିକ୍ଷଣ ଲିଙ୍କ ଗୁଡାକ ଡାଉନଲୋଡ କରୁଥିଲେ। ଏହି ୪ ମାସରେ ୟୁ-ଟୁବ୍ ମାଧ୍ୟମରେ ଚିତ୍ରକଳା ଶିଖିପାରିଲେ । ବିଭିନ୍ନ ୱେବ ସିରିଜ୍ ତାରକା ମାନଙ୍କ ଚିତ୍ର କରି ଫେସବୁକ୍ ଓ ଇଷ୍ଟାଗ୍ରାମରେ ଛାଡୁଥିଲେ। ତାରକା ମାନେ ନିଜ ଛବି ଦେଖି ରେବାଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଥିଲେ। କିଛି ବ୍ୟକ୍ତି ଅଡର ଦେଇ ନିଜ ଛବି ମଧ୍ୟ ଅଙ୍କେଇ ନେଉଥିଲେ। ଏହି ପରି ସେ ନିଜ ଜୀବନର ସ୍ବପ୍ନକୁ ସାକାର କରି ସୁନ୍ଦର କଳାକାର ଭାବେ ମାଲକାନଗିରି ଜିଲ୍ଲାରେ ଉଦୟମାନ ହୋଇଛନ୍ତି।
ଝିଅର ଏପରି ୪ ମାସରେ ନିଜ ଉଦ୍ୟମରେ ସମାଜରେ ସମ୍ମାନ ପାଇବା ଦେଖି ଉଭୟ ମାଆ ଓ ବାପା ନିଜକୁ ଗର୍ବିତ ମନେ କରୁଛନ୍ତି ।
ମାଲକାନଗିରି ଜିଲ୍ଲାରେ ଚିତ୍ରକଳା ସଂପର୍କରେ ପ୍ରଶିକ୍ଷଣ ନେବା ପାଇଁ ସରକାର କିମ୍ବା ବେସରକାର ସ୍ତରରେ ଚିତ୍ରକଳା ବ୍ଦ୍ଯାଳୟ ନଥିବା ଫଳରେ ବହୁ ଆଗ୍ରହୀ ଯୁବକ ଯୁବତୀ ଚିତ୍ରକଳ ପ୍ରଶିକ୍ଷଣରୁ ବଞ୍ଚିତ ହେଉଥିବା ଜଣା ପଡିଛି । ରାଜ୍ଯ ସରକାର ମାଲକାନଗିରି ଭଳି ଏକ ଅନଗ୍ରସର ପଛୁଆ ଆଦିବାସୀ ଅଧ୍ଯୁଷିତ ଜିଲ୍ଲାରେ ଚାରୁକଳା ବିଦ୍ୟାଳୟ ସ୍ଥାପନା କଲେ ଶିକ୍ଷିତ ଯୁବକ ଯୁବତୀମାନେ ଚିତ୍ରକଳାକୁ ରୋଜଗାରର ମାଧ୍ଯମ ଭାବେ ଆପଣେଇ ଜୀବୀକା ନିର୍ବାହରେ ଉଜ୍ବଳ ଭବିଷ୍ଯତ ଗଠନ କରିପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.