ବୋଲଗଡ଼,୦୧/୧୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ସ୍ଥ ନନ୍ଦିଘୋଷ ଭବନ ରେ ପ୍ରାଚୀନ କବି ଦନେଇ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ବଳଦୁର୍ଗ ଓଡ଼ିଆ ଭାଷା ସାହିତ୍ୟ- ସଂସ୍କୃତି ପରିଷଦ, ବୋଲଗଡ଼ ଆନୁକୂଲ୍ୟରେ ପ୍ରାଚୀନ କବି ଦନେଇ ଦାସଙ୍କ ଜୟନ୍ତୀ ଅବସରରେ ପିଣ୍ଡିକି ଶ୍ରୀଚନ୍ଦନଙ୍କ ଦ୍ବାରା ଲିଖିତ ‘ବସନ୍ତ ରାସ” ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଗୋପିନାଥ ଖାଡ଼ଙ୍ଗାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ କାଳିଚରଣ ଜୟସିଂହ, ମୁଖ୍ଯ ବକ୍ତା ଭାବେ ଅଶୋକ କୁମାର ନାୟକ ଓ ସୁରେଶ କୁମାର ଛୋଟରାୟ, ସମ୍ମାନୀତ ଅତିଥି ଭାବେ ଅକ୍ଷୟ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ପରିଡ଼ା, ଜ୍ଞାନ ରଞ୍ଜନ ଦାଶ, ଅନୁପମା ବଳିୟାରସିଂହ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ବିଷୟ ରେ ଆଲୋଚନା କରିଥିଲେ। ଏହି ଉତ୍ସବକୁ କୁଷ୍ଣ ମୋହନ ପାଲଟାସିଂହଁ ଉଦ୍ଘାଟନ କରିବା ସହିତ ଉପସ୍ଥିତ ବୋଲଗଡ଼ ଅଂଚଳ କବି କବୟତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉସ୍ଚବରେ ସଂମ୍ବନ୍ଧୀତ ପ୍ରତିଭା ଭାବେ ନାରାୟଣ ମାର୍ଥା, ବିଭୁତି ଭୂଷଣ ଦଳାଇ, ସୁମତି ଦେଇ, ବିଶ୍ବଜିତ୍ ମହାପାତ୍ର, ପ୍ରସନ୍ନ କୁମାର ମଣ୍ଡଳ ପ୍ରମୂଖମାନଙ୍କୁ ବଳଦୁର୍ଗ ସମ୍ମାନ ରେ ଉପଢୌକନ, ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ କବି ବିଶ୍ବଜିତ୍ ମହାପାତ୍ରଙ୍କ ଲିଖିତ “ଅରଣ୍ଯ କୁସୁମ”, ଇଂପଦ୍ମନାଭ ପରିଡ଼ା ଙ୍କ “ଜୀବନ ର ଅନୁଚିନ୍ତା” ,ଲଷ୍ମୀଧର ଜେନାଙ୍କ “ବାଳିମାଗିଥିଲା ମରଣ ବର ” କବିତା ପୁସ୍ତକ ଉନ୍ମୋଚନ ହୋଇଥିଲା। ଆଜି ର କବିତା ପାଠୋସ୍ଚବ ରେ ଶ୍ରୀଯୁକ୍ତ ବନାମ୍ବର ମହାରଣା,ପ୍ରଫୁଲ୍ଲ କୁମାର ମହାପାତ୍ର, ରଘୁନାଥ ଦଳବେହେରା, ରାଧାରାଣୀ ମହାପାତ୍ର, ଅନ୍ତଯ୍ୟାମୀ ଜେନା, ଦିବ୍ୟଲୋଚନ ଭାରିମଲ୍ଲ, ମଦନ ପ୍ରଧାନ ପ୍ରମୁଖ କବିମାନେ ପିଣ୍ଡିକି ଶ୍ରୀଚନ୍ଦନ ଙ୍କ “ବସନ୍ତ ରାସ” ଆଧାରିତ କବିତା ଆବୃତ୍ତି କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ଓ ସମୀକ୍ଷକ ଭାବେ ଶ୍ରୀକାନ୍ତ କୁମାର ନାୟକ ଉପସ୍ଥାପନା କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ବାଲ୍ମୀକ ବଳିଆରସିଂହଁ ଉପସ୍ଥିତ ଅତିଥି କବି କବୟତ୍ରୀମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।