ରାୟଗଡା,୦୧/୧୨(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଏକ ସଚେତନ ରଥ ବ୍ଲକ ପରିକ୍ରମା କରୁଛି। ଏହି ବନ୍ଧ୍ୟାକରଣ ପକ୍ଷ ନଭେମ୍ବର ୨୧ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ପାଳନ କରାଯିବ। ରାମନାଗୁଡା ବ୍ଲକର ୨୧୮ ଗୋଟି ଗ୍ରାମରୁ ୨୧୦ ଗୋଟି ଗ୍ରାମକୁ ଏହି ସଚେତନ ରଥ ସଂଯୋଗ କରିବ। ଆଉ ୮ଗୋଟି ଗ୍ରାମ ନିହାତି ଅଗମ୍ୟ ହେତୁ ସଚେତନ ରଥ ପହଞ୍ଚିବା କଷ୍ଟ ହେବ। ବର୍ତ୍ତମାନ ସୁଧା ରାମନାଗୁଡା ବ୍ଲକ ରୁ ୩୦ଜଣ ପୁରୁଷଙ୍କୁ ବନ୍ଧ୍ୟାକରଣ ନିମନ୍ତେ ଚୟନ କରାଯାଇଛି। ସେମାନେ ମଧ୍ୟ ନିଜ ଇଚ୍ଛାରେ ବନ୍ଧ୍ୟାକରଣ ନିମନ୍ତେ ରାଜି ଅଛନ୍ତି। ଏହି ସମସ୍ତଙ୍କ ଅସ୍ତ୍ରୋପଚାର ଗୁଣୁପୁର ବ୍ଲକର ଜଗନ୍ନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିସେମ୍ବର ୪ତାରିଖରେ ହେବ। ବନ୍ଧ୍ୟାକରଣ ପକ୍ଷ ପାଳନ ପୂର୍ବରୁ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ କୁ ଗାଁ ବୁଲି ବୁଲି ଲୋକଙ୍କୁ ସଚେତନ କରାଇଥିଲେ। ଆଜିର ଏହି ସଚେତନ ରଥ ପରିକ୍ରମା କରିବାର ଶୁଭାରମ୍ଭ ହୋଇଛି, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଚିକତ୍ସା ଅଧିକାରୀ ଅନିଲ କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସୁପରଭାଇଜର ହରିହର ହଲୁଆ,ବ୍ଲକ ପ୍ରକଳ୍ପ ସଂଚାଳକ କମଳାକର ରାଓ ଉପସ୍ଥିତ ଥିଲେ।ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଘମିତ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )