ସାନଖେମୁଣ୍ଡି,୩୦/୧୧(ପିପିଟି): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଜୟନଗର ଗ୍ରାମରେ ପାନୀୟ ଜଳ ଯୋଗାଣ କେବଳ ନାମକୁ ମାତ୍ର । ଦୀର୍ଘ ୧୦ ବର୍ଷ ହେଲା ଗ୍ରାମରେ ପିଇବାକୁ ପାଣି ବୁନ୍ଦେ ବି ଲୋକେ ପାଉନାହାଁନ୍ତି । ପାଇପ ଲାଇନ ଥିଲେ ମଧ୍ୟ ଅଚଳ ଅବସ୍ଥାରେ ପଡ଼ିରହିଛି । ହେଲେ ବିଭାଗୀୟ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛନ୍ତି । ଲୋକଙ୍କ ପାଇଁ ଘୋଡାହାଡ଼ ନଦୀହିଁ ସହାଭରସା । ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ୧୦ ବର୍ଷ ହେଲା ପାଣି ଅଚଳ ଅବସ୍ଥାରେ ପଡ଼ିରହିଛି ହେଲେ କାହାର ବି ଦୃଷ୍ଟି ପଡୁନି କେମିତି । ପନୀୟ ଜଳ ପ୍ରକଳ୍ପ ନିର୍ମାଣ ସମୟରେ ହିଁ ନିମ୍ନ ମାନର କାର୍ଯ୍ୟ ହେଇଥିବା ସନ୍ଦେହ ସୃଷ୍ଟି ହୋଇଛି। ପନୀୟ ଜଳ ପ୍ରକଳ୍ପ ଯଦି କାର୍ଯ୍ୟ କରୁନାହିଁ ତାହା ହେଲେ ୧୦ ବର୍ଷ ଧରି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ ହୋଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ।
(ରିପୋର୍ଟ- ଆରତ କୁମାର ହୋତା। )