ଭୁବନେଶ୍ବର,୨୬/୧୧(ଧପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୪୪ । ବର୍ତ୍ତମାନ ସୁଦ୍ଧା ୫୭,୩୨,୫୯୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୬,୬୪୫ ଚିହ୍ନଟ ହୋଇଛନ୍ତି ୩,୦୮,୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ୬,୭୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୬୪୪ ଜଣଙ୍କ ମଧ୍ୟରୁ ୩୬୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୭୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।