କଲ୍ୟାଣସିଂପୁର,୨୫/୧୧(ପିପିଟି); ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପାରସଲି ପଂଚାୟତର ଡି କେ ଡି ଏ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାରଙ୍କ ବିରୋଧରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ରେ ଉଲ୍ଲେଖ କରାଯାଇଛି ଯେ ପାରସାଲି ଠାରୁ ଡେଙ୍ଗିନେଲି ରାସ୍ତା କାର୍ଯ୍ୟ ବନ୍ଦ କରିବା। ସାନ ଡେଙ୍ଗିନେଲି ଠାରୁ ସାରିଝୋଲା ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଅଭିଯୋଗ କରିଛନ୍ତି। ଉକ୍ତ ପୋଷ୍ଟର ରେ ଉଲ୍ଲେଖ ରହିଛି ଯେ ନିୟମଗିରି ରେ ନେତୃତ୍ୱ ନେଉଥିବା ଲୋକଙ୍କ ମୁହଁକୁ ବନ୍ଦ କରି କିଛି ଟଙ୍କା ଦେଇ ନିୟମଗିରିକୁ ବିଦେଶୀ କମ୍ପାନୀକୁ ଟେକି ଦେବାକୁ ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ମାଓବାଦୀ ପୋଷ୍ଟର ରେ ଉଲ୍ଲେଖ କରିଛନ୍ତି। ଠିକାଦାରଙ୍କ ସହ ସାମିଲ ଥିବା ତଦିଝୋଲା ଗ୍ରାମର ଇନ୍ଦ୍ର ଗୌଡ଼ ଓ କଲ୍ୟାଣସିଂପୁର ଗ୍ରାମର ପ୍ରଧାନ ନାମକ ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ପୋଷ୍ଟର ରେ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏହା ସହିତ ବୁଡୁଣୀ ଠାରୁ ସାରିଝୋଲା ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କୁ ମଧ୍ୟ ଦଣ୍ଡ ଦେବାକୁ ପୋଷ୍ଟର ରେ ଉଲ୍ଲେଖ କରିଛନ୍ତି।ସେହିପରି ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପିଏଲ ଜିଏଲ ଦିବସ ପାଳନ କରିବାକୁ କୁହାଯାଇଛି। ଜଳ, ଜମି, ଜଙ୍ଗଲ, ଇଜ୍ଜତ ଓ ଫାଶୀ ବାଦୀ ମୋଦି ଓ ନବୀନ ସରକାର ମୁର୍ଦ୍ଧବାଦ ଜନ ଯୁଦ୍ଧରେ ସାମିଲ ହୁଅନ୍ତୁ । ଗେରିଲା ଯୁଦ୍ଧକୁ ସ୍ପୀଡ଼ କରି ଫାଶୀ ବାଦୀ ସମାଧାନ ଦମନ ଅଭିଯାନକୁ ହରାନ୍ତୁ। ପିଏଲଜିଏଲ ଜିନ୍ଦାବାଦ । ଏହି ପରି ନାରା ର ପୋଷ୍ଟର ମଧ୍ୟ ଲଗାଯାଇଛି। ମାଓବାଦୀଙ୍କ ଏହି ପୋଷ୍ଟରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )