ବିଜୁ ବାବୁଙ୍କ ଡାକୋଟା ବିମାନକୁ ନିଜ ଜନ୍ମ ଭୂମିରେ ରଖିବାକୁ ଦାବି ।

0 184

ଭଞ୍ଜନଗର, ୨୪/୧୧(ପିପିଟି); ଘୁମୁସର ମାଟିର ଗୌରବ ପାଇଁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଲଢୁଆ ଡାକୋଟା ବିମାନକୁ ନିଜ ଜନ୍ମ ସ୍ଥାନ ଘୁମୁସର ନୂଆଁ ଗାଆଁରେ ରଖିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ସୂଚନା ପ୍ରକାରେ ଡାକୋଟା ବିମାନ ସହ ବିଜୁ ବାବୁଙ୍କ ଅନେକ କିଛି ଐତିହାସିକ କାର୍ଯ୍ୟକଳାପର ସମ୍ପର୍କ ଥିଲା ବେଳେ ବିଜୁ ବାବୁଙ୍କ ଏହି ଅମୂଲ୍ୟ ସ୍ମୃତିଟି ବହୁ ଦିନ ଧରି କୋଲାକାତାରେ ରହିଥିଲା । କିଛି ଦିନ ତଳେ ରାଜ୍ୟ ସରକାର ଏହାକୁ ଫେରାଇ ଆଣିବାକୁ ପ୍ରଚେ଼ଷ୍ଟା କରିଥିଲେ ଏବେ ଏହି ବିମାନଟି ଓଡ଼ିଶାକୁ ଆଣିବାକୁ ରାଜ୍ୟ ସରକାର ଏଗାର ଜଣ ଅଧିକାରୀଙ୍କୁ ନେଇ ଟେକ୍ନୋ କମର୍ସିଆଲ ପରଚେଜ କମିଟି ଗଠନ କରିବା ପରେ ଘୁମୁସର ବାସୀ ଖୁସି ଜାହିର କରିଛନ୍ତି । ଏହି ଐତିହାସିକ ସ୍ମୃତିଟିକୁ ବିଜୁ ବାବୁଙ୍କ ଜନ୍ମ ମାଟି ତଥା ବେଲଗୁଣ୍ଠା ବ୍ଳକ୍ ର ଜି. ନୂଆଁ ଗାଆଁରେ ଅବସ୍ଥାପିତ କରି ଏହାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବୁଦ୍ଧିଜୀବୀ, ଜନ ପ୍ରତିନିଧି ତଥା ଜନ ସାଧାରଣ ସରକାର ଙ୍କ ନିକଟରେ ଦାବି କରିଛନ୍ତି । ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧୀନରେ ଥିବା ଜି.ନୂଆଁ ଗାଆଁ ଭଞ୍ଜନଗର ସହର ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ଏହି ଗ୍ରାମକୁ ବହୁତ ଥର ଆସିଛନ୍ତି । ଏଠାରେ ପ୍ରସିଦ୍ଧ ଶନିଶ୍ଚର ମନ୍ଦିର ମଧ୍ୟ ରହିଛି ଯାହା କି ଘୁମୁସରର ଏକ ପ୍ରମୁଖ ଧାର୍ମିକ ସ୍ଥଳୀ । ଏଠାରେ ଡାକୋଟା ବିମାନକୁ ଅବସ୍ଥାପିତ କଲେ ଏହା ଘୁମୁସର ମାଟିର ଗୌରବ ବଢାଇବା ସହିତ ବିଜୁ ବାବୁଙ୍କ ପ୍ରତି ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.