ବାରହା ମାଂସ ଜବତ ସହ ଦୁଇ ଶିକାରୀ ଗିରଫ ।ବାରହା ମାଂସ ଜବତ ସହ ଦୁଇ ଶିକାରୀ ଗିରଫ ।

0 343

ଉଲୁଣ୍ଡା,୨୪/୧୧(ପିପିଟି) ;ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳରେ ଦିନକୁ ଦିନ ଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ଶିକାରୀ ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଉଥିବାରୁ ଅନେକ ସମୟରେ ଜୀବନହାନୀ ଘଟୁଥିବାର ଦେଖିବାକୁ ମିଳୁଛି । ଏହାକୁ ରୋକିବା ପାଇଁ ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଚଢ଼ାଉ କରି ଶିକାରୀ ମାନଙ୍କୁ ଗିରଫ ମଧ୍ୟ କରାଯାଉଛି । ଏହିକ୍ରମର ଗତକାଲି ଉଲୁଣ୍ଡା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଦୁଇ ବାରହା ଶିକାରୀକୁ ଗିରଫ କରିଛି । ଗିରଫ ଦୁଇ ବାରହା ଶିକାରୀ କୂତମେଂଡା ଗ୍ରାମର ଗୋବର୍ଦ୍ଧନ ଦୀପ ଏବଂ ସୁଦାମ ମରପାଚୀ ବୋଲି ଜଣାପଡିଛି ।ଅନ୍ୟ ଦୁଇଜଣ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି ।ସୂଚନା ଅନୁଯାୟୀ କୂତମେଣ୍ଡା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରି ମାଂସ କାଟୁଥିବା ସମୟରେ ଉଲୁଣ୍ଡା ଫରେଷ୍ଟର ଦିନେଶ ମାଝି, ପଦ୍ମଲୋଚନ ଭୋଇ,ଆଶୁତୋଷ ହୋତା ନିଜର ଟିମ ସହ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଉଭୟ ଶିକାରୀକୁ ଗିରଫ କରିବା ସହ ମାଂସ ଓ ଜିଆଇ ତାର ଜବତ କରିଥିଲେ ।ତେବେ ଫେରାର ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.