ସବ-ରେଜିଷ୍ଟାର ଅଫିସ ସ୍ଥାପନ ଦାବିରେ ଗଣଧାରଣା ଜାରି : ସୋମବାର ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା ।

0 395

ଉଲୁଣ୍ଡା,୨୨/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ତହସିଲ ପରିସରରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଉପ ନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ଦାବିରେ ଗଣ ଧାରଣ ଜାରି ରହିଛି । ଧାରଣ ସ୍ଥଳକୁ ବିରମହାରାଜପୁର ବାର ଅସୋସିଏସନର ସଭାପତି ଆଇନଜୀବୀ ରାଧାକାନ୍ତ ମହାକୁରଙ୍କ ସମେତ ଅଂଚଳର ବହୁ ଜନସାଧାରଣ ଆସି ସମର୍ଥନ ଜଣାଇବା ସହ ଧାରଣାରେ ସାମିଲ ହୋଇଛନ୍ତି । ବିରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ,ଡ଼ିଏସପି ଆନନ୍ଦ ବର୍ଦ୍ଧନ ଗୁରୁ, ଉଲୁଣ୍ଡା ବିଡ଼ିଓ ହେମସଗାର ଭୋଇ, ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ, ଆଇଆଇସି ଚନ୍ଦ୍ର ମୋହନ ସିଂ ପ୍ରମୁଖ ଅଧିକାରୀମାନେ ଧାରଣା ସ୍ଥଳକୁ ପହଂଚି ଧାରଣାରତ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନ ପକ୍ଷରୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ସରକାରଙ୍କୁ ଦିଆଯାଇ ଥିବାବେଳେ ସବ ରେଜିଷ୍ଟାର କାର୍ଯ୍ୟାଳୟ ସ୍ଥାପନ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ବୋଲି ଅଧିକାରୀ ମାନେ ବୁଝାଇଥିଲେ ।କିନ୍ତୁ ଏହା ପୂର୍ବ ଆନ୍ଦୋଳନବେଳେ ତିନି ମାସ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜକୁ ୯ ମାସ ବିତିଯାଇଥିଲେ ବି ପ୍ରତିଶୃତି ପାଳନ କରି ନ ଥିବାରୁ ଆନ୍ଦୋଳନକାରୀ ମାନେ ନିଜ ଜିଦରେ ଅଟଳ ରହିଥିବା ବେଳେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏମିତି ଧାରଣ ଜାରି ରହିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଆସନ୍ତାକାଲି ସୋମବାର ଦିନ ଉଲୁଣ୍ଡା ସହରକୁ ବନ୍ଦ ଡାକରା ଦିଆଯାଇଛି ।ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର,ଯାନବାହନ ଚଳାଚଳକୁ ବନ୍ଦ କରି ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.