ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ ଗୋଅଷ୍ଟମୀ ପୂଜନ ଓ କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନୀତ ।

0 449

ହିଞ୍ଜିଳିକାଟୁ,ତା-୨୨/୧୧(ପିପିଟି); ହିଞ୍ଜିଳିକାଟୁ ନିକଟସ୍ଥ ଗିରିଆ ଗ୍ରାମରେ ଭଗବତୀ ଗୋଶାଳା ରେ ଗୋଅଷ୍ଟମୀ ଅବସରରେ ୧୬୫ ଟି ଗୋମାତାଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ବନ୍ଦାପନା କରିଥିଲେ। ଗୋମାତା ର ସୁରକ୍ଷା ଓ ଆଜୀବନ ସେବା ନିମନ୍ତେ ଯଜ୍ଞ ଆୟୋଜନ କରାଯାଇଥିଲା। ଏଥି ସହ ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନାର ଲୋପ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଭଗବତୀ ଗୋଶାଳା ପରିଚାଳକ ଅଜୟ କୁମାର ମହାରଣା ଏବଂ ଗାୟତ୍ରୀ ପରିବାରର ମୁଖ୍ୟ ଡ଼ ବୃନ୍ଦାବନ ମିଶ୍ରଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଏକ ମର୍ମରେ ଗାୟତ୍ରୀ ପରିବାର ମୁଖ୍ୟ ବୃନ୍ଦାବନ ମିଶ୍ରଙ୍କ ବକ୍ତବ୍ୟ ପ୍ରକାରେ ଗୋ ସେବା କରିବା ପାଇଁ ଯେଉଁ ମାନେ ଇଛୁକ ସେହି ମାନେ ଗୋଶାଳାରୁ ଗାଈ ନେଇ ଲାଳନ ପାଳନ କରିପାରିବେ।ଉକ୍ତ ଗୋଶାଳା ରେ ଆଗାମୀ ଦିନରେ ୫୦ ହଜାର ଗାଈ ମାନଙ୍କୁ ରଖି ସେମାନଙ୍କ ଯତ୍ନ ନିଆଯିବ ବୋଲି କହିଲେ । ଯେଉଁ ମାନେ ରଖିଥିବା ଗୋରୁ ଗାଈର ଯତ୍ନ ନେବାରେ ଅସମର୍ଥ ଅଟନ୍ତି ସେମାନଙ୍କୁ ଅନୁରୋଧ କରିଥିଲେ ଯେ ଏଣେ ତେଣେ ନଛାଡି ଗାଈ ଗୁଡିକୁ ଏହି ଗୋଶାଳାରେ ସମର୍ପଣ କରିଦିଅନ୍ତୁ, ଗୋଶାଳା ସେମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ବ ନେବ ବୋଲି କହିଥିଲେ। କରୋନା ମହାମାରୀ ସମୟରେ ଜୀବନକୁ ବିପନ୍ନ କରି ସାଧାରଣଙ୍କୁ ଅହରହ ସେବା ଯୋଗାଇ ଆସୁଥିବା ସ୍ୱାସ୍ଥ୍ୟ କର୍ମୀ , ସରକାରୀ କର୍ମଚାରୀ , ପୋଲିସ , ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଞ୍ଜୟ ମହାରଣା, ବିନୟ ମହାରଣା ,ଚିନ୍ମୟ ମହାରଣା , ଅଶୋକ ମହାନ୍ତି, ରଞ୍ଜନ ସାହୁ ଏବଂ ସଂପୂର୍ଣ୍ଣ ଗାୟତ୍ରୀ ପରିବାର ଏହାକୁ ପରିଚାଳନା କରିଥିଲେ ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.