ଭଞ୍ଜନଗର,୧୮/୧୧(ପିପିଟି); ଭଞ୍ଜନଗର ଠାରେ ଥିବା ଓଡିଶା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦେଖି ମେଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ଓ ଅନ୍ୟ କର୍ମଚାରୀମାନେ ଆଲୋଚନା କରି ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବା ପାଇଁ ସ୍ଥିର କରିଥିଲେ। ଆଜି ଏହି ଶିବିରରେ ପ୍ରଥମେ ଅଧିକ୍ଷକ ଶ୍ରୀ ଶତପଥି ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହାପରେ ଭଞ୍ଜନଗର ମେଡ଼ିକାଲରେ କାର୍ଯ୍ୟରତ ଅନ୍ୟାନ୍ୟ ଡାକ୍ତରଙ୍କ ସମେତ ବହୁ କର୍ମଚାରୀମାନେ ଅନ୍ୟ ରୋଗୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଏହି ଶିବିରରେ ମୋଟ ୬୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )