ଋଷିକୂଲ୍ୟା ମୁଖ୍ୟ କେନାଳ ପାଣିପାଞ୍ଚାୟତର କର୍ମକର୍ତ୍ତା ନିର୍ବାଚନ ।

0 276

ହିଞ୍ଜିଳିକାଟୁ,ତା-୧୭/୧୧(ପିପିଟି) ; ଆଜି ଟାଙ୍ଗଣାପୋଲି ପାଣି ପଞ୍ଚାୟତ ଅଫିସ ଠାରେ ଋଷିକୂଲ୍ୟା ମୁଖ୍ୟ କେନାଳ ଶାଖାର ପାଣିପାଞ୍ଚାୟତ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ନିର୍ବାଚନକୁ ଟାଙ୍ଗଣା ପୋଲ୍ଲୀ ସହକାରୀ ଯନ୍ତ୍ରୀ ଜଗନ୍ନାଥ ଦାଶ ପରିଚାଳନା କରିଥିଲେ।ଏହି ନିର୍ବାଚନରେ ରାମଚନ୍ଦ୍ର ପଣ୍ଡା , ସୁରେଶ ମହାପାତ୍ର, ହରସଙ୍କର ଶତପଥୀ, କେଦାର ମହାନ୍ତି ଓ ସୌରା ସ୍ୱାଇଁ ଉପ ସହକାରୀ ଯନ୍ତ୍ରୀଙ୍କୁ ନିର୍ବାଚନୀ କାର୍ଯ୍ୟରେ ସହଯୋଗ କରିଥିଲେ ।ଋଷିକୂଲ୍ୟା ୧୨ ନଂ ଶାଖା ଶ୍ରୀ ରାଧାକାନ୍ତ ଶିକୁଳୀ ପୋଲ୍ଲୀ ୧୩ ନଂ ଚଣ୍ଡୀ ପଦର ପାଣି ପଞ୍ଚାୟତ ଶ୍ରୀ କପିଲେଶ୍ୱର ୧୩ ଏ ବ୍ରାଞ୍ଚ ଗଣ୍ଡଳା ଶ୍ରୀ ଗୋପୀନାଥ (ବି) ବ୍ରାଞ୍ଚ ବେଲଗାଁର ବେଲେଶ୍ୱର ଶ୍ରୀ ରାଧାକୃଷ୍ଣ ଗୋପାଳେସ୍ୱର ପାଣି ପଞ୍ଚାୟତ ଭାବନ୍ଧ ,ସି ବ୍ରାଞ୍ଚ କୁଲେଙ୍କ ଶ୍ୱର ପାଣି ପଞ୍ଚାୟତ ଭାଟକୁମୁରଡା ,ଡି ବ୍ରାଞ୍ଚ ଗୋପାଲେଶ୍ୱର ପାଣି ପଞ୍ଚାୟତ ସାହାପୁର ର ସମସ୍ତ ପାଣି ପଞ୍ଚାୟତ କର୍ମକର୍ତ୍ତା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସହକାରୀ ଯନ୍ତ୍ରୀ ଜଗନ୍ନାଥ ଦାଶ ବିଧିବଦ୍ଧ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିବା ସହ ୧୨ନଂ କେନାଳ ର ସଭାପତି ପଦ୍ମଚରଣ ସାହୁ ,ସମ୍ପାଦିକା ଭାରତୀ ସାହୁ , କୋଷାଧ୍ୟକ୍ଷ ବି ବୁଦ୍ଧିଆ ପାତ୍ର ଓ ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ଗୌଡ଼,ଗୋପେଶ୍ୱରୀ ପାଣିଗ୍ରାହୀ, ବାଉରିଆ ଗୌଡ଼, ଗୋଲୀ ଗୌଡ଼, ଭାଲୁ ଗୌଡ଼ ଓ ଏସ ମଙ୍ଗୁଳୁଙ୍କ ନାମ ଘୋଷଣା କରିବା ସହ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଶୀର୍ଷ କମିଟି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.