ପୋଲସରା ଠାରେ ଜାତୀୟ ପ୍ରେସ ଦିବସ ପାଳିତ।

0 451

ପୋଲସରା,ତା- ୧୬/୧୧(ପିପିଟି); ପୋଲସରା ସହରର ଜଗନ୍ନାଥ ସାହିରେ ବରିଷ୍ଠ ଖବରଦାତା ହରିହର ପାତ୍ରଙ୍କ ଅଧ୍ୟକ୍ଷତାରେ ୫୪ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରେସ ଦିବସ ଉପରେ ଆଲୋକପାତ କରି କହିଥିଲେ କି ପ୍ରେସ ଦିବସ ଚାରିକାନ୍ଥ ମଧ୍ୟରେ ସୀମିତ ନରହୁ ବରଂ ନିର୍ଭୁଲ ଭାବେ ଖବର ପରିବେଷଣ କରିଲେ ପାଠକଙ୍କ ବେଶ ନିକଟତର ହୋଇପାରିବ। ଖବର ଲେଖିବାର କଳା ଓ ଶୈଳୀ ଉପରେ ନିଜର ମତ ସେ ରଖିଥିଲେ । ଏଥି ସହିତ ଖବର ଲେଖା ଯିବା ଶୈଳୀ ରେ ଖବର ଲେଖାଗଲେ ପ୍ରେସ ଦିବସ ର ମହତ୍ତ୍ୱ ବଜାୟ ରହିବ ବୋଲି ମୁଖ୍ୟବକ୍ତା ନିଜର ବକ୍ତବ୍ୟ ରଖିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ରଭୂମିକା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଖବରଦାତା କିଶୋର ଚନ୍ଦ୍ର ଦାସ ଓ ରାଜେନ୍ଦ୍ର ପ୍ରସାଦ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଖବରଦାତା ସୀମାଞ୍ଚଳ ସାହୁ, ସନ୍ତୋଷ କୁମାର ପଣ୍ଡା, ଶିବ ପ୍ରସାଦ ସାହୁ,ସୁଶାନ୍ତ ମହାରଣା, ଶିବରାମ ଗୌଡ଼,ଅତ୍ରି ପଟ୍ଟନାୟକ, ସୁବ୍ରତ ବେହେରା, ଶରତ ସୁବୁଦ୍ଧି ,ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଖବରଦାତା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.