ସାଢେ ୬ କିଲୋ ସୁନା,୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ, ୧୫ ଜଣ ଗିରଫ।

0 1,158

ବ୍ରହ୍ମପୁର,୧୧/୧୧; ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଗତ ମାସରେ ହୋଇଥିବା ସୁନାଲୁଟ ଘଟଣାର ପର୍ଦାଫାସ ହୋଇଛି । ଲୁଟ ହୋଇଥିବା ୬ କିଲୋ ୫୦୧ ଗ୍ରାମ ସୁନା ସହ ୪,୪୪,୫୦୦ ଟଙ୍କା ପୁରୁଷୋତ୍ତମପୁର ପୁଲିସ ଜବତ କରିଛି । ଏହା ସହିତ ପୁଲିସ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୧୫ ଜଣଙ୍କୁ ଗିରଫ କରିଛି । ଅକ୍ଟୋବର ୧୨ ତାରିଖ ରାତିରେ ପୁରୁଷୋତମପୁର ଗହଣା ବ୍ଯବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘର ଝରକା ଭାଙ୍ଗି ସୁନା ଗହଣା ଲୁଟ୍ ହୋଇଥିଲା। ଏ ନେଇ ଥାନା କେଶ୍ ନଂ ୨୭୬/୨୦ ଅନୁଯାୟୀ ଦଫା ୪୫୭/୩୮୦ ମାମଲା ଅକ୍ଟୋବର ୧୩ ତାରିଖରେ ରୁଜୁ ହୋଇ ତଦନ୍ତ ଚାଲିଥିଲା। ଏହି ଘଟଣାର ଏକ ମାସ ପରେ ସମସ୍ତ ଲୁଟେରା ଧରାପଡିଛନ୍ତି। ଗିରଫ ମଧ୍ୟରେ ୧୦ ଜଣ ଲୁଟେରା ହୋଇଥିବା ବେଳେ ୫ ଜଣ ସୁନାରୀ ରହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ,ଡିଆଇଜି ସତ୍ୟବ୍ରତ ଭୋଇ ଉପସ୍ଥିତ ରହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

Leave A Reply

Your email address will not be published.