କୁକୁଡାଖଣ୍ଡିରେ ଟ୍ରାକ୍ଟର ମାଲିକ ସଙ୍ଘ ଗଠିତ ।

0 195

ବାଲିପଡ଼ା,୧୦/୧୧(ପିପିଟି); କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଖେମୁଣ୍ଡି କାଳୁଆ ପିଠରେ ଟ୍ରାକ୍ଟର ମାଲିକ ମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଯାଇଚି । ବୈଠକରେ ପ୍ରାୟ ୫୦ରୁ ଅଧିକ ଟ୍ରାକ୍ଟର ମାଲିକ ଯୋଗ ଦେଇଥିବାବେଳେ ଏକ ନୂତନ ମାଲିକ ସଙ୍ଘ ଗଠନ କରାଯାଇଥିଲା । ଯେଉଁଥିରେ ସଭାପତି ଭାବେ ସନାତନ ସଂଗ୍ରାମ ସିଂ,ଉପ-ସଭାପତି ପ୍ରଦୀପ ସ୍ୱାଇଁ,ସମ୍ପାଦକ ବାଇନାଥ ଜେନା, ସହ-ସମ୍ପାଦକ ବାବୁଲା ଜେନା, କୋଷାଧକ୍ଷ ସତ୍ୟବାନ ଜେନାଙ୍କୁ ଚୟନ କରାଯାଇଥିଲା ଏବଂ ୧୫ ଜଣଙ୍କୁ ସଦସ୍ୟ ରୂପରେ ଚୟନ କରାଯାଇଛି । କିପରି ସରକାରଙ୍କ ନିତି ନିୟମକୁ ପାଳନ କରି ଗାଡ଼ି ଚଳାଯିବ ଏବଂ ସମସ୍ତ ମାଲିକ ଏକତା ହୋଇ କାର୍ଯ୍ୟ କରିବେ ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୈଳାଶ ବିଷୋୟୀ,ସନ୍ତୋଷ ଗୌଡ଼,ଲବ ପ୍ରଧାନ,ଗନ୍ତେଇ ସ୍ୱାଇଁ,ସୁଶାନ୍ତ କୁମାର ବିଷୋୟୀ,ରୋହିତ ଜେନା,ଶିବ ପାତ୍ର ଓ ବସନ୍ତ ସ୍ୱାଇଁଙ୍କ ସମେତ ନଳିହାଡ଼, ରୋହିଙ୍ଗା,ବାଲିପଡ଼ା,ଡ଼େଙ୍ଗାପଦର ଅଞ୍ଚଳର ବହୁ ମାଲିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.