ବୁଲାଣି ରାସ୍ତା କଡରେ ଅନାବନା ଗଛ,ଆଗକୁ ଦେଖାଯାଉନି ରାସ୍ତା ।

0 277

ଉଲୁଣ୍ଡା,୧୦/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ବୁଲାଣି ରାସ୍ତା କଡରେ ଅନାବନା ଗଛ ସବୁ ଉଠି ଥିବାରୁ ଆଗକୁ ରାସ୍ତା ଦେଖାଯାଉ ନ ଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି । ବିଶେଷ କରି ସୋନପୁର ହିକୁଡି ବ୍ରିଜ ଛକରୁ ମୁଣ୍ଡଘାଟ ରାସ୍ତା ବିଜେପୁର ଠାରେ ବୁଲାଣି ରାସ୍ତା ପାର୍ଶ୍ୱରେ ବଡ଼ ବଡ଼ ଅନାବନା ଗଛ ସବୁ ଉଠିଥିବାରୁ ଆଗକୁ ରାସ୍ତା ଦେଖାଯାଉ ନାହିଁ । ଫଳରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି । ଏଥିରେ ବହୁ ଲୋକ ଆହତ ହେବ ସହ ଅନେକ ଧନ ଜୀବନ ନଷ୍ଟ ହେବାର ନଜିର ମଧ୍ୟା ରହିଛି ।ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.