ଚାଷୀଙ୍କ ନିଦ ହଜାଇ ଦେଲେଣି ବାରହା ପଲ ।

0 217

ଉଲୁଣ୍ଡା,୧୦/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଜାଲୋଏ ଫରେଷ୍ଟ ସେକ୍ସନ ଅଂଚଳରେ ବାରହା ପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଚାଷୀଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟା ହେଲେ ନିକଟସ୍ଥ ଜଙ୍ଗଲରୁ ଆସି ବାରହା ପଲ ଧାନ ଫସଲ ନଷ୍ଟ କରୁଛନ୍ତି । ଚାଷୀ ମାନେ ଗଛ ଉପରେ ମଞ୍ଚା କରି ଜଗିବା ସହ ବିଲ ହିଡ ମୁଣ୍ଡରେ ନିଆଁ ଜାଳିଥିଲେ ମଧ୍ୟ ବିଳମ୍ବିତ ରାତିରେ ବାରହା ମାନେ ଆସି ଫସଲ ନଷ୍ଟ କରୁଛନ୍ତି । ବିଶେଷ କରି କାଦୋଦର ଗ୍ରାମପଞ୍ଚାୟତ ଜୟପୁର,ବିରସିଂହପୁର,କୂଳବସା,ଗଇଲଗୁଡି ଏବଂ କଳାପଥର ଗ୍ରାମପଞ୍ଚାୟତର ଜମ୍ଭାଳିପାଲି,ପ୍ରଧାନପାଲି,କଳାପଥର ଆଦି ଗ୍ରାମରେ ବାରହା ମାନେ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଜଣାପଡିଛି ।ଏ ନେଇ କିଛି ଚାଷୀ ଲିଖିତ ଭାବେ ବନ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.