କରୋନା ବିପଦ ଟଳିନାହିଁ,ଏଣୁ ସତର୍କତା ହିଁ ଆମର ମୁଲ୍ୟବାନ ଜୀବନକୁ ବଞ୍ଚାଇ ପାରିବ – ଜିଲ୍ଲାପାଳ ।

0 553

ଛତ୍ରପୁର,ତା-୧୦/୧୧(ପିପିଟି) ; ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲା୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଦୀପାବଳୀର ଶୁଭକାମନା ଜଣାଇଛନ୍ତି । ସରକରୀ ସ୍ତରରେ ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ କୁ ନିଶେଧ କରାଯାଇଛି । ଏଣୁ ବାଣ ନ ଫୁଟାଇବା,ଦୀପ ଜାଳି ଦୀପାବଳୀ ପୂଜା ପାଳନ କରିବା ସକାଶେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଦୀପାବଳୀ ପାଳନ ସକାଶେ ମିଠା ଦୋକାନରେ ବିକ୍ରୀ ହେଉଥିବା ମିଠା ଗୁଡିକର ଯାଞ୍ଚ କରନ୍ତୁ । ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠା ସାମ୍ପଲ ସଂଗ୍ରହ କରି ପରୀକ୍ଷା କରନ୍ତୁ । ଏହି ଯାଞ୍ଚ କଲାବେଳେ ଭିଡିଓ ଉଠାଇବାକୁ ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ ।କାର୍ତ୍ତିକ ମାସରେ ଜିଲ୍ଲାରେ ଅଧିକାଂଶ ମନ୍ଦିର ସୋମବାର ଦିନ ଖୋଲାଯାଇଥିବା ଏବଂ ଭକ୍ତଙ୍କ ଗହଳି ରହୁଥିବା ପ୍ରଶାସନର ନଜରକୁ ଆସୁଛି । ବିଶେଷ କରି ବୟସ୍କ ବ୍ୟକ୍ତି ମଧୁମେୟ/ଉଚ୍ଚ ରକ୍ତଚାପ,ଶ୍ୱାସ ଜନିତ ସମସ୍ୟା ବ୍ୟକ୍ତି ମନ୍ଦିରକୁ ଯାଉଥିବା ଜଣାଯାଉଛି । ଏ ଦିଗରେ ଧରପଗଡ କରି ସଂପୃକ୍ତ ମନ୍ଦିରର ପୂଜକ ନ ଶୁଣିରେ ଏଫଆଇଆର କରିବାକୁ କୁହାଯାଇଛି । ଶୀତ ସମୟରେ କରୋନାର ଦ୍ୱିତୀୟ ଲହରୀରେ ଜିଲ୍ଲାବାସୀ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏଣୁ ଭୋଜି ଆୟୋଜନ ବନ୍ଦ କରିବା,ଘରକୁ ଅତିଥି ନିମନ୍ତ୍ରଣ ନ କରିବା,ପଂଚସୁତ୍ର ନିୟମ ପାଳନ, ମାସ୍କର ବ୍ୟବହାର,ବାରମ୍ବାର ହାତ ଧୋଇବା,ସାମାଜିକ ଦୂରତା ବଜାୟ ରଖିବା,ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବା ସକାଶେ ବାରଣ କରାଯାଇଛି । କରୋନା ବିପଦ ଟଳିନାହିଁ,ଏଣୁ ସତର୍କତା ହିଁ ଆମର ମୁଲ୍ୟବାନ ଜୀବନକୁ ବଞ୍ଚାଇ ପାରିବା ।

Leave A Reply

Your email address will not be published.