କେନ୍ଦ୍ରାପଡା ପରିବହନ କାର୍ଯ୍ୟାଳୟ ପରିସରରେ କରୋନା ପରୀକ୍ଷଣ ଶିବିର।

0 300

କେନ୍ଦ୍ରାପଡା, ୦୬/୧୧(ପିପିଟି); ଆଜି କେନ୍ଦ୍ରାପଡା ପରିବହନ କାର୍ଯ୍ୟାଳୟ ରେ ପୁର୍ନବାର କରନା ପରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ କରନା ପରୀକ୍ଷା ନିଜର କରିବା ସହିତ କାର୍ଯ୍ୟାଳୟକୁ ଆସିଥିବା ଲୋକ ମାନଙ୍କର ମଧ୍ୟ କରନା ପରୀକ୍ଷା କରାଯାଇଥିଲା । ଜିଲ୍ଲାର ସମସ୍ତ ପ୍ରାନ୍ତରୁ ଲୋକମାନେ ଏ ଅଫିସକୁ ଆସୁଥିବାରୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏ ପରି ଵ୍ୟଵସ୍ଥା କରିବା ନିହାତି ଆବଶ୍ୟକ ଥିବା ଉପଲବ୍ଧି କରି କରନା ପରୀକ୍ଷା କରିବା ଏକ ସଫଳ ପଦକ୍ଷେପ ବୋଲି ବିଚର କରାଯାଉଛି । ଏହି ପରି ପ୍ରକ୍ରିୟା ଆଗକୁ ଜାରି ରଖିବା ଆବଶ୍ୟକ ବୋଲି ମନେହୁଏ । କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ ଏହି କାର୍ଯ୍ଯଟି କିପରି ସଫଳ ରୂପାୟନ ହେଇପାରିବ ସେଥି ପ୍ରତି ବିଶେଷ ଦୃଷ୍ଟି ଦେଇଥିଲେ ।
(ରିପୋର୍ଟ- ରବୀନ୍ଦ୍ର କୁମାର ପାତ୍ର ।)

Leave A Reply

Your email address will not be published.