ଲୁଟ୍ ଘଟଣାରେ ତିନି ଗିରଫ : ମୋବାଇଲ,ଛୁରୀ ଓ ସ୍କୁଟି ଜବତ ।

0 902

କବିସୂର୍ଯ୍ଯ ନଗର,୦୫/୧୧(ପିପିଟି);ଫ୍ଲିପକାର୍ଟ ଡେଲିଭରି ବୟକୁ ଛୁରୀ ଦେଖାଇ ମୋବାଇଲ୍ ଲୁଟ୍ ଘଟଣାରେ ଆଜି କବିସୂର୍ଯ୍ଯ ନଗର ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ସମ୍ପର୍କରେ ଜଣା ପଡିଛି ଯେ ୧୩ ଅକ୍ଟୋବର ରେ ବୁଗୁଡାରୁ ପାର୍ସଲ ନେଇ ଆସୁଥିବା ସମୟରେ କରାତଳି ନିକଟରେ ସ୍କୁଟିରେ ତିନିଜଣ ଯୁବକ ଆସି ତାଙ୍କର ଜନିଷ ଆସିଛି କହି ଅଟକାଇ ମାଡ ମାରିବା ସହିତ ଛୁରୀ ଦେଖାଇ ଦୁଇଟି ଦାମୀ ମୋବାଇଲ୍ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଫ୍ଲିପକାର୍ଟ ବୟ କାହ୍ନୁ ଚରଣ ସାହୁ କବିସୂର୍ଯ୍ଯ ନଗର ଥାନାରେ ଏତଲା ଦେଇଥିଲେ। ଥାନା କେଶ୍ ନଂ୨୮୩/୨୦,ଦଫା ୩୯୪ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଆଜି ଏହି ଲୁଟ୍ ଘଟଣାରେ ରୁଦ୍ର ପୋଲେଇ(୧୯), ପୂଜିତ ବିଷୋୟୀ(୧୯)ଓ ଆଲୋକ ପୋଲେଇ(୨୩)କୁ ଗିରଫ କରିବା ସହିତ ଗୋଟିଏ ଛୁରୀ, ଦୁଇଟି ଓପୋ ରେନୋ 2F ମୋବାଇଲ ଓ ସ୍କୁଟି (OD 32 1595)କୁ ଜବତ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.