ନିଶା ସେବନ କରି ଗାଡି ଚାଳନା ଯୋଗୁଁ ଦୁର୍ଘଟଣା।

0 383

କେନ୍ଦ୍ରାପଡା, ୦୫/୧୧(ପିପିଟି); କେନ୍ଦ୍ରାପଡା ଏବଂ ତା ଆଖ ପାଖ ସ୍ଥାନ ମାନଙ୍କରେ ଦିନକୁ ଦିନ ରାସ୍ତା ଦୁର୍ଘଟଣା ବଢ଼ିବାରେ ଲାଗିଛି । ବାଇକି ଚାଳକ ମାନଙ୍କର ବେପରୁଆ ଗାଡି ଚାଳନା ଯୋଗୁ ଆଜି କେନ୍ଦ୍ରାପଡା ରାସ୍ତା ମରଣ ଯନ୍ତା ସାଜିଛି । ସ୍ଥାନୀୟ ପ୍ରଶାସନ ଏବଂ ପରିବହନ ବିଭାଗ ଯଥା ସମ୍ଭବ ସେମାନଙ୍କ କାମ କରୁଥିଲେ ମଧ୍ୟ ଲୋକମାନଙ୍କ ଖାମ ଖିଆଲି ମନୋଭାବ ଏବଂ ନିଶା ସେବନ କରି ଗାଡି ଚାଳନା ଯୋଗୁ ଆଜି କେନ୍ଦ୍ରାପଡାରେ ଦୁର୍ଘଟଣା। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରାପଡା ସହରରେ ଥିବା ଟ୍ରାଫିକ ମାନଙ୍କରେ ଆଧିକ ସଂଖ୍ୟକ ପୋଲିସ ମୁତୟନ କରା ଯାଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିପାରିଲେ ଆଗାମୀ ଦିନରେ ରାସ୍ତା ଦୁର୍ଘଟଣା କମା ଯାଇ ପାରିବ । ନ ହେଲେ ଆଜିର ଦୁର୍ଘଟଣା ପରି ସବୁ ଦିନ ଛୋଟ ବଡ଼ ଦୃଘଟଣା ମାନ ଘଟି ବହୁ ଧନ ଜୀବନ ନଷ୍ଟ ହେବା ସାର ହେବ । ରାସ୍ତା ଗୁଡିକରେ ବଡ଼ ବଡ଼ ଖାଲ ଖମା ମଧ୍ୟ ରାସ୍ତା ଦୃଘଟଣା ର ଆଉ ଏକ କାରଣ । ଏଥିପାଇଁ ସରକାର ସଚେତନ ହେବ ଆବଶ୍ୟକ ।
(କେନ୍ଦ୍ରାପଡ଼ାରୁ ରବୀନ୍ଦ୍ର କୁମାର ପାତ୍ର ।

Leave A Reply

Your email address will not be published.