ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୯୪,୪୧୫, ମୃତ୍ୟୁ ସଂଖ୍ୟା ୧,୩୫୨ ।

0 1,710

ଭୁବନେଶ୍ବର,୦୩/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୨୦୧ । ବର୍ତ୍ତମାନ ସୁଦ୍ଧା ୪୬,୮୭,୨୭୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୯୪,୪୧୫ ଚିହ୍ନଟ ହୋଇଛନ୍ତି ୨,୭୯,୦୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୯୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୩୫୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୨୦୧ ଜଣଙ୍କ ମଧ୍ୟରୁ ୬୯୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୦୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.