ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଖୁବଶୀଘ୍ର ଆପଣାଙ୍କ ନିକଟକୁ ଆସୁଛି : ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

0 297

ଯାଜପୁର,୦୨/୧୧(ପିପିଟି); କରୋନା ଭୂତାଣୁ ସଂକ୍ରମଣରେ ଥିବାବେଳେ ମୋର ଆରୋଗ୍ୟ କାମନା କରି ଆପାଣମାନେ ବିଭିନ୍ନ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିଛନ୍ତି। ଆପାଣମାନଙ୍କ ଭଲ ପାଇବା ମୋତେ ଅଧିକ ଶକ୍ତି ପ୍ରଦାନ କରିଛି। ବିଶେଷକରି ସୁକିନ୍ଦା-ଦାନଗଦିର ମୋର ଗୁରୁଜନ, ଭାଇ-ଭଉଣୀମାନଙ୍କ ସ୍ନେହ-ଶ୍ରଦ୍ଧା ମୋତେ ଭାବବିହ୍ୱଳ କରିଦେଇଛି। ମୋତେ ପରିବାରର ସଦସ୍ୟ ଭାବେ ଦେଖୁଛନ୍ତି, ଖୁବଶୀଘ୍ର ମୁଁ ଆପଣାଙ୍କ ନିକଟକୁ ଆସୁଛି” ବୋଲି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଏହା ପୂର୍ବରୁ ବିଧାୟକଙ୍କ କରୋନା ପଜିଟିଭ ଜାଣିବାପରେ ଦୁଇ ଦିନଧରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

Leave A Reply

Your email address will not be published.