କବିସୂର୍ଯ୍ଯ ନଗର,୦୧/୧୧(ପିପିଟି); କବିସୂର୍ଯ୍ଯ ନଗର ଅନ୍ତର୍ଗତ ପାଇକ ଯମୁନା ସ୍ଥିତ ଶିଦ୍ଧେଶ୍ବର ପୀଠରେ ଭକ୍ତଙ୍କ ପାଇଁ ଦର୍ଶନ ମନା। କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଶୈବ ପୀଠରେ ଭକ୍ତଙ୍କ ସମାଗମ ହୋଇଥାଏ କିନ୍ତୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି। ମନ୍ଦିର ସମ୍ମୁଖରେ ବେରିକେଡ୍ କରାଯାଇଛି ଏବଂ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ସରକାରଙ୍କ ନିଷ୍ପତ୍ତି ମୁତାବକ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବେଶକୁ ରୋକା ଯାଇଛି। ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡିବ।
(ରିପୋର୍ଟ- ଉମା ଚରଣ ପଟ୍ଟନାୟକ। )