ବିଜେଡିରେ ସାମିଲ ହେଲେ ୨୪ ପରିବାରର ଶତାଧିକ କଂଗ୍ରେସ କର୍ମୀ ।

0 385

ରାୟଗଡା,୦୧/୧୧(ପିପିଟି); ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୁଳୁମୁଣ୍ଡା ପଂଚାୟତ ଅଧିନ ଗୁଳୁମୁଣ୍ଡାପାକାର ୨୪ ପରିବାରର ଶତାଧିକ ବ୍ୟକ୍ତି ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଶାସନ ଏବଂ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଜି ରବିବାର ଦିନ ୧୦ଘଣ୍ଟା ଵେଳେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାମନାଗୁଡା ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ, ଗୁଳୁମୁଣ୍ଡା ସରପଞ୍ଚ ନିର୍ମଳା ଶବର, କୁଜେନ୍ଦ୍ରୀ ସରପଞ୍ଚ ସୁକାନ୍ତି ହୁଇକା,ଗୁଲୁଣ୍ଠି ସରପଞ୍ଚ ସୁଶିଳା ନିମାଲା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗି, ଜିଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟ, ବିଜୁ ଛାତ୍ର ଜନତା ସଭାପତି ବିଷ୍ଣୁ ପଣ୍ଡା, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଅମିତ ମହାରଣା, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି କମଳ ମୁଟିକା, ପଞ୍ଚାୟତ ବିଜେଡି ସଭାପତି ଅଂଶୁମାନ ପାଢ଼ୀ ଯୋଗ ଦେଇଥିଲେ।ପ୍ରଥମେ ଗ୍ରାମବାସୀ ଉପରୋକ୍ତ ନେତାମାନଙ୍କୁ ମହା ଆଡମ୍ବର ସହକାରେ ପାଛୋଟି ନେଇଥିଲେ।ଶେଷରେ ସ୍ଥାନୀୟ ଯୁବ ନେତା ଦଶରଥ ଲିମା ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା ।)

Leave A Reply

Your email address will not be published.