କରୋନା କଟକଣା ମଧ୍ୟରେ ବିଧି ମୁତାବକ ମାଁ ମାହେଶ୍ୱରୀଙ୍କର ଆଶ୍ୱିନ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ।

0 244

ଉଲୁଣ୍ଡା,୦୧/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ମାହେଶ୍ୱରୀ ପୀଠମାନଙ୍କରେ କରୋନା କଟକଣା ନିୟମକୁ ପାଳନ କରି ମାଁ ଙ୍କର ଯାତ୍ରା ବିଧି ଅନୁସାରେ ଅନୁଷ୍ଠିତ ହୋଇଯାଇଛି ।ବିରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର,ଉଲୁଣ୍ଡା ବ୍ଲକର ଜାଲୋଏ,ଅମୁର୍ଡା,ପଳାସ ଠାରେ ପ୍ରସିଦ୍ଧ ଆଶ୍ୱିନ ପୂର୍ଣ୍ଣିମା ଯାତ୍ରାର ଗତକାଲି ସନ୍ଧ୍ୟାରେ ଦେବୀ ମାହେଶ୍ୱରୀ ଗମ୍ଭୀରାରୁ ବାହାରି ନିକଟସ୍ଥ ଦେମୂଳ ପୂଜା ମଣ୍ଡପକୁ ଯାତ୍ରା କରିଥିଲେ।ପରମ୍ପରା ଅନୁସାରେ ମାଁ ମାହେଶ୍ୱରୀ ଅଶ୍ୱିନ ଶୁକ୍ଳ ଚତୁର୍ଦସିରେ ମନ୍ଦିର ସମ୍ମୁଖ ପୂଜା ମଣ୍ଡପରେ ଦେବୀଙ୍କର ଅଧିବାସ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୂର୍ଣ୍ଣିମା ତିଥିରେ ଦେବୀ ମାହେଶ୍ୱରୀ ଛତିଛତ୍ର, ଆଲମ, ବାନା,ବୈରଖ ସହ ଭବ୍ୟ ପଟୁଆରରେ ଦେମୂଳ ପଡିଆକୁ ଯାତ୍ରା କରିଥାନ୍ତି । ଏହି ଅବସରରେ ପାରମ୍ପରିକ ବାଦ୍ୟ ଢୋଲ, ନିଶାନ, ମହୁରୀ ସହ ବାଡିଖେଳ ପ୍ରଦର୍ଶନରେ ପୀଠସ୍ଥଳ ମୁଖରିତ ହୋଇଉଠିଥିଲା ବେଳେ ଆଶ୍ୱିନ ପୂର୍ଣ୍ଣିମାର ଜହ୍ନ ଆଲୁଅରେ ମାଁଙ୍କର ପୂଜାର୍ଚନା କରାଯାଇଥିଲା । ଆଜି କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ରେ ମନ୍ଦିର ସମ୍ମୁଖ ପୂଜାମଣ୍ଡପ ପ୍ରତ୍ୟାବର୍ତ୍ତନ କରି ଭକ୍ତ ମାନଙ୍କ ପୂଜାର୍ଚନା ପରେ ଗମ୍ଭୀରା ବିଜେ କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.