ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ ।

0 533

ଯାଜପୁର,ତା- ୨୭/୧୦(ପିପିଟି); ଦୁର୍ନୀତି ଏକ ଦୁସ୍ଥ ମାନସିକତା । ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାପାଳ ଶ୍ରୀ ରାଠୋର ଅଧ୍ୟକ୍ଷତା କରିବା ସହ ଦୁର୍ନୀତି ରୂପକ ବ୍ୟାଧିକୁ ସମାଜରୁ ଦୂର କରିବାକୁ ପ୍ରତ୍ୟେକ ସମବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ , ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର କୁଳମଣି ନାୟକ, ପ୍ରଜ୍ଞା ହୋତା, ବୀର କିଶୋର ସାହୁ, ଶୁଭଦର୍ଶନ ମିଶ୍ର, ସହକାରୀ ଜିଲ୍ଳାପାଳ ଅନୁପ କୁମାର ବେହେରା, ତିଳୋମା ପୃଷ୍ଟି, ସୂର୍ଯ୍ୟକାନ୍ତ ନାୟକ, ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, କାର୍ଯ୍ୟାଳୟ ଅଧିକ୍ଷକ ଅଲେଖ ମହାରଣା, ପ୍ରଶାନ୍ତ ପୁହାଣ, ନିତ୍ୟାନନ୍ଦ ନାୟକ, ସତ୍ୟଜିତ୍ ନାୟକ, ବିନୋଦ କୁମାର ସିଂ ସିଙ୍କୁ ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ । ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଧ୍ୟକ୍ଷତାରେ ଦୁର୍ନାତି ନିବାରଣ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ସେହିପରି ଜିଲ୍ଳାର ବିଭିନ୍ନ ବିଭାଗ, କାର୍ଯ୍ୟାଳୟ ଓ ଲାଇନ ଡିପାର୍ଟମେଣ୍ଟ ମାନଙ୍କରେ ମଧ୍ୟ ଦୁର୍ନୀତି ନିବାରଣ ଶପଥ ପାଠ କରାଯାଇଥିଲା ।

Leave A Reply

Your email address will not be published.