ବେଲଗୁଣ୍ଠା,୨୪/୧୦, କୁମାର ପୂର୍ଣ୍ଣମୀ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ କାଲି ରାତିରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଗାଙ୍ଗପୁର ବଡ଼ ଦାଣ୍ଡ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ୍ ତିନି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୫,୮୨୦ ଟଙ୍କା ସହିତ ତାସ୍ ମଧ୍ଯ ଜବତ କରିଥିଲା । ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର୍ ୩୦୨/୨୦ ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )