ତିର୍ତ୍ତୋଲ ଅଂଚଳରେ ଅବକାରୀ ବିଭାଗ ଶୋଇଛି , ଗଂଜେଇ ଜବତ କରୁଛି ପୋଲିସ୍ ।

0 534

ଜଗତସିଂହପୁର,୨୪/୧୦(ପିପିପିଟି); ତିର୍ତ୍ତୋଲ ଥାନା ଅଞ୍ଚଳରେ ଅବାଧ୍ୟ ଚୋରା ମଦ ଗଞ୍ଜେଇ ବେପାର ଚାଲୁଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗ ଶୋଇ ରହିଥିବା ଦେଖାଯାଉଛି। ଏହି ଅଂଚଳ ବର୍ତମାନ ଚୋରା ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲିଟିଯାଇଛି । ଚୋରା ମଦ ଗଞ୍ଜେଇ ବେପାରୀଙ୍କ ଉପରେ ତିର୍ତ୍ତୋଲ ପୋଲିସ୍ ଘନ ଘନ ଚଢାଉ କରୁଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗ କାଁ ଭାଁ ଚଢାଉ କରି ନାମକୁ ମାତ୍ର କର୍ତ୍ତବ୍ୟ କରୁଛି ।

ସୂଚନାନୁଯାୟୀ ଶୁକ୍ରବାର ଦିନ ରାହାମା ଅଞ୍ଚଳର ଭାଲିଆପାଟଣା ଗ୍ରାମରେ ଚୋରା ଗଞ୍ଜେଇ ବେପାର ହେଉଥିବା ଖବର ପାଇ ଉକ୍ତ ଗ୍ରାମର ହୃଷୀକେଶ ବେଉରାଙ୍କ ଘରେ ତିର୍ତ୍ତୋଲ ପୋଲିସ୍ ଅଚାନକ ଚଢ଼ାଉ କରି ୧୦କିଲୋ ୮୦୦ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା। ଏହି ଚଢାଉ ସମୟରେ ହୃଷିକେଶ ଘରେ ନ ଥିବାରୁ ତାଙ୍କ ଝିଅକୁ ପୋଲିସ୍ ଗିରଫ କରି ଥାନାକୁ ନେଇଆସିଥିଲା ପରେ ହୃଷିକେଶ ତିର୍ତ୍ତୋଲ ଥାନାରେ ହାଜର ହେବା ପରେ ତାଙ୍କୁ ଥାନାରେ ଅଟକ ରଖାଯାଇ ତାଙ୍କ ଝିଅକୁ ଛାଡି ଦିଆଯାଇଥିବା ଜଣାପଡିଛି।

ଆଜି ହୃଷୀକେଶକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଏହି ଚଢାଉରେ ଏସ୍.ଆଇ ଯୋଗେଶ୍ୱର ବେହେରା, ଏସ୍.ଆଇ ଧରିତ୍ରୀ ଜେନା, ହାବିଲଦାର ସ୍ମୃତି ରଂଜନ ମହାପାତ୍ର, କନେଷ୍ଟବଳ ରୁନା ମଲ୍ଲିକ, ଭରତ ମଲ୍ଲିକ ପ୍ରମୂଖ ଯୋଗଦେଇଥିବା ବେଳେ ଏସ୍.ଆଇ ଅନିରୁଦ୍ଧ ନାୟକ କେସ୍ ପରିଚାଳନା କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.