ଗଞ୍ଜେଇ କେସରୁ ଖଲାସ
ଭୁବନେଶ୍ବର,୨୨/୧୦(ପିପିଟି); ବିଗତ
୦୧/୦୭/୨୦୧୯ ତାରିଖ ଦିନ ସୋଳ ୬ ଘଣ୍ଟା ସମୟରେ ଖୋର୍ଦ୍ଧା ଜିଲ୍ଲାର ଭ୍ରାମ୍ଯମାଣ ଅବକାରୀ ବିଭାଗର ଅଧିକାରୀ ଗୁପ୍ତ ସୂଚନା ଅନୁଯାୟୀ କୋଲଥିଆ ଗ୍ରାମର ଗ୍ରୀନ ଲେଣ୍ଡ ଏରିଆର ବାରି ସାହିରେ ଗୋଟିଏ ଘରେ ଚଢାଉ କରି ୫୪୧ କେଜି ଗଞ୍ଜେଇ ଜବତ କରି ବେଆଇନ ଭାବେ ରଖିଥିବା ଅଭିଯାଗରେ ସୁବଳ ସାମନ୍ତରାୟକୁ ଗିରିଫ କରି କୋର୍ଟଚାଲାଣ କରିଥିଲେ। ସେହି କେଶର ବିଚାର କରି ପ୍ରଥମ ଅତିରିକ୍ତ ଜିଲ୍ଲା ଜର୍ଜ,ଭୁବନେଶ୍ଵର ଅଭିଯୁକ୍ତ ସୁବଳ ସାମନ୍ତରାୟକୁ ଆଜି ତା-୨୨/୧୦/୨୦୨୦ ରେ ନିର୍ଦ୍ଦୋଷରେ ଖଲାସ କଲେ। ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ମକନାଜ କୁମାର ମହାପାତ୍ର, ଶୁଭ୍ରାଂଶୁ ମହାନ୍ତି, ବିଷ୍ଣ ଚରଣ ଜେନା ,ଭାଗୀରଥୀ ପାଢୀ ଏବଂ ହେମନ୍ତ କୁମାର ମିଶ୍ର ମକଦମା ପରିଚାଳନା କରୁଥିଲେ ।