ବ୍ରହ୍ମପୁର,୨୧/୧୦(ପିପିଟି); ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଜାତୀୟ ରାଜପଥ ୫୯ କଡ଼ରେ ଭୂବନେଶ୍ୱର ଟିଭିଏସ ସୋରୁମରୁ ଗତକାଲି ରାତ୍ରି ପ୍ରାୟ ସମୟ ୧୨.୪୦ ରେ ଏକାଧିକ ବ୍ୟକ୍ତି ସୋରୁମ ଭିତରେ କାନ୍ଥ ଡେଇଁ ପ୍ରବେଶ କରି ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରି କରିବାର ସୋରୁମ ମାଲିକ ହରିଚନ୍ଦନ ପଣ୍ତା ଥାନାରେ ଅଭିଯୋଗ କରିଛନ୍ତି । ଲିଖିତ ଏତଲା ପ୍ରକାରେ ଗତ ରାତିରେ ଆନୁମାନିକ ପ୍ରାୟ ୩ ଜଣ ବ୍ୟକ୍ତି ତାଲା ଭାଙ୍ଗି ସୋରୁମ ପରିସରରେ ଥିବା ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୪ଲକ୍ଷ ୫୦ ହଜାର ଟଙ୍କା ଦୁର୍ବୃତ୍ତ ମାନେ କଳାକନା ବୁଲାଇଛନ୍ତି । ଏତଲା ପ୍ରାପ୍ତି ପରେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନି କୁକୁର ସହ ସାଇଣ୍ଟିଫିକ୍ ଦଳ ସହାୟତାରେ ତଦନ୍ତ ଦିଗ ବଢାଇବାରେ ଚେଷ୍ଟା କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି ।