ବୋଲଗଡ,୨୧/୧୦(ପିପିଟି); ନୟାଗଡଜିଲା ଭାପୁର ବ୍ଲକନିମାଣି ଗ୍ରାମ ରୁ ବାରଫୁଟୁ ଲମ୍ବାର ଏକ ଅଜଗର ସାପ କରାଯାଇଛି ଗାଁମୁଣ୍ଡ ରେ ଥିବା କୁକୁଡ଼ା ଫାର୍ମ ନିକଟରେ ଅଜଗର ସାପଟି ଗୋଟିଏ ବଣଭୁଆ ଗିଳିଦେଇଥିଲା ଯାହା ଫଳରେ ସେ କୁଆଡ଼େ ଯାଇପାରୁ ନଥିଲା ଲୋକ ମାନେ ବିଲକୁ ଯାଉଥିବା ବେଳେ ସାପଟି ହାବୁଡରେ ପଡିଥିଲା । ସଙ୍ଗେ ସଙ୍ଗେ ଗାଁ ଲୋକେ ସ୍ନେକ୍ ହେଲ୍ପଲାଇନ ଓ ଫରେଷ୍ଟ ବନମାଳି ପଟନାୟକଙ୍କୁ ଖବର ଦେଇଥିଲେ ଏବଂସାପଟିକୁ ଆସି ଉଧାର କରି ଥିଲେ ଉଧାର କରି ବା ସମୟରେ ଅଜଗରଟି ଗିଳିଥିବା ବଣ ଭୁଆଟିକୁ ବାନ୍ତି କରିଦେଇଥିଲା। ଏହା ପରେ ଅଜଗର ସାପ ଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇ ଥିଲା।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )