ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ।

0 382

ବୋଲଗଡ,୨୧/୧୦(ପିପିଟି); ନକଲି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ ବେଳେ ଧରିଲା ପୁଲିସ୍ । ଶୋ ରୁମ୍‌ରେ ୧.୨୫ ଲକ୍ଷର ୨ ଯୁବକ ନକଲି ନୋଟ୍ ଦେଇଥିଲେ। ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ ସୋରୁମ୍ ମାଲିକ। ତେବେ ଟଙ୍କା ନକଲି ଜଣାପଡ଼ିବାରୁ ପୋଲିସ୍ ୨ ଜଣଙ୍କୁ ଥାନାକୁ ନେଇଥିଲା। ୨ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ନକଲି ଟଙ୍କା ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ଘର ଖଣ୍ଡପଡ଼ା ଥାନା କୋସ୍କାରେ ବୋଲି ଜଣାପଡ଼ିଛି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.