ନିଖୋଜ ବୃଦ୍ଧଙ୍କ ଶବ ବିଲରୁ ଉଦ୍ଧାର ।

0 129

ରାଇରଙ୍ଗପୁର,୧୭/୧୦(ପିପିଟି); ବାଦାମ ପାହାଡ ଥାନା ଅନ୍ତର୍ଗତ ଅଣ୍ଡା ଡେରା ଗ୍ରାମର ଦୁଖୀରାମ ସୋରେନ(୫୫) , ଗତ ଶୁକ୍ରବାର ଦିନ ଠାରୁ ଘରୁ ଯାଇ ଫେରିନଥିଲେ। ବହୁ ଖୋଜା ଖୋଜି ପରେ ମୃତ ଅବସ୍ଥାରେ ଗାଁ ପାଖରେ ଏକ ବିଲରେ ପଡିଥିବାର ଗ୍ରାମ ବସି ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କେସ ନଂ ୧୫/୨୦ ରେ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟସତ ଜଣା ପଡିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

(ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ)

Leave A Reply

Your email address will not be published.