ପଥର ଖାଦାନ ବିସ୍ଫୋରଣରେ ୩ ମୃତ,୯ ଆହତ।

0 835

ରାୟଗଡା,୧୬/୧୦(ପିପିଟି); ଗୁଣୁପୁର ନିକଟ ଓକିଲଗୁଡା ପଥର ଖାଦାନରେ ଆଜି ଅପରାହ୍ନରେ ବିସ୍ଫୋରଣ ବେଳେ ଘଟଣା ସ୍ଥାନରେ ୨ଜଣ ଓ ଡାକ୍ତରଖାନା ଯିବା ବାଟରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତ ୩ଜଣ ହେଲେ ଜମେଶ ଶବର,ଦୁଡି ଶବର ଓ କୁଶବତୀ ଶବର।୯ଜଣ ଆହତ ମଧ୍ୟରୁ ୨ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୀର୍ଘ ୨୦ବର୍ଷ ହେଲା ଗୁଣୁପୁର ସହର ଠାରୁ ମାତ୍ର ୩କିଲୋମିଟର ଦୂରରେ ଏହି ପଥରଖଣିରେ ବେଆଇନ ଭାବେ କ୍ରମାଗତ ଭାବେ ବ୍ଲାଷ୍ଟ କରାଯାଉଛି।ସମଗ୍ର ପ୍ରଶାସନ ସବୁ ଜାଣି ନ ଜାଣିବା ଅଭିନୟ ସାଧାରଣରେ ବିସ୍ମିତ କରିଛି। ଦୁଇ ଦଶନ୍ଧି ଧରି କିପରି ଏହି କାରବାର ଚାଲିଛି ତାହା ତଦନ୍ତ ସାପେକ୍ଷ।ବେଆଇନ ବ୍ଲାଷ୍ଟ ଯୋଗୁଁ ୩ ନିରୀହ ଲୋକଙ୍କ ଜୀବନ ଚାଲିଗଲା, ତାହା ପାଇଁ ଦାୟୀ କିଏ, ପ୍ରଶାସନ ନା ବେଆଇନ ପଥରଖଣି ମାଲିକ। ମୃତ ବ୍ୟକ୍ତି ମୂଲ ଲାଗିଲେ ଚଳୁଥିଲେ,ଏବେ ତାଙ୍କ ପରିବାର କିପରି ଚଳିବେ,ତେଣୁ ତାଙ୍କ ପରିବାରକୁ ପର୍ଯାପ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ଘଟଣା ସ୍ଥଳରେ ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା ପହଞ୍ଚି ରେଡ଼କ୍ରସରୁ ମୃତକଙ୍କ ପରିବାରକୁ ୨୦୦୦୦ଟଙ୍କା ଓ ଆହତ ମାନଙ୍କୁ ୧୦୦୦୦ଟଙ୍କା ଘୋଷଣା କରିଛନ୍ତି ଓ କହିଛନ୍ତି ଯେ ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତବ୍ୟକ୍ତିଙ୍କ ପରିବାରଙ୍କୁ ଉଚିତ ସହାୟତା ପ୍ରଦାନ କରାଯିବ। ଉକ୍ତ ଘଟଣାକୁ ଟ୍ରାକ୍ଟର ଦୁର୍ଘଟଣାର ରୂପଦେଇ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାକୁହି ହେଉଛନ୍ତି। ତେଣୁ ନିରପେକ୍ଷ ତଦନ୍ତକରି ମୃତ ପରିବାରଙ୍କୁ ନ୍ୟାୟ ଦେବାକୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଗୁଣୁପୁର ଆଦର୍ଶଥାନା ତରଫରୁ କେସ ନଂ ୧୭୯/୨୦ରେ ରୁଜ୍ଜୁ କରାଯାଇଛି। ଏଏସଆଇ ସୁରେଶ କୁମାର ସେଠୀ, ସୁଶାନ୍ତ ବେହେରା, ପ୍ରଶାନ୍ତ ପାଲକା ଓ ସ୍ମୃତିପ୍ରଜ୍ଞା ବେହେରା ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି।

(ରିପୋର୍ଟ – ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.