ଧାନ ବିଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ କଲା ବଡ଼ଚଣା ପୁଲିସ୍ ।

0 286

ଯାଜପୁର,ତା-୧୬/୧୦(ପିପିଟି);ଯାଜପୁର ଜିଲ୍ଲା ବଡଚଣା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଧାନ ବିଲ ଭିତରୁ ୪୪୦ ଲିଟର ଦେଶୀମଦ ଜବତ। ଏହି ଥାନା ଅନ୍ତର୍ଗତ ସିହା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଧାନ ବିଲ କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖିଥିବାର କୌଣସି ସୂତ୍ରରୁ ସୂଚନା ପାଇଥିଲା ବଡଚଣା ପୁଲିସ୍। ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଦେଶୀ ମଦ ଭର୍ତି ୧୧ଟି ବ୍ୟାରେଲ ଜବତ କରିଥିଲା । ଯେଉଁଥିରେ ୪୪୦ଲିଟର ଦେଶୀ ମଦ ଥିବା ପୁଲିସ୍ ସୂଚନା ଦେଇଛି। ତେବେ ଏତେ ପରିମାଣର ମଦ କେଉଁଠୁ ଆସିଲା ଏବଂ ଅଭିନବ ଉପାୟରେ ଏଠାରେ କିଏ ଲୁଚାଇ ରଖିଥିଲା ସେ ନେଇ ପୁଲିସ୍ ତନାଘନା ଆରମ୍ଭ କରିଛି। ଏପଟେ ଅବକାରୀ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.