ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ।

0 368

ବୋଲଗଡ଼,ତା-୧୬/୧୦(ପିପିଟି); ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଦିନ ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିର ରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ରାଜସୁନାଖଳା ପୂର୍ବତନ ସରପଞ୍ଚ ସଚିକାନ୍ତ ଷଡ଼ଙ୍ଗୀ ଏବଂ ରଣପୁରର ବିଜେଡି ଯୁବ ନେତା ଲିଙ୍ଗରାଜ ନାୟକଙ୍କ ଉପସ୍ଥିରେ ଶୁଭ ଆରମ୍ଭ ହୋଇଥିଲା । ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କସୃଷ୍ଟି । କରିଥିବା ସମୟରେ ରକ୍ତର ଅଭାବକୁ ପରିଲକ୍ଷିତ କରି ଓ ଦୂରେଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ସାରା ଓଡିଶା ରେ ରକ୍ତ ଦାନ ର କାଯ୍ୟକ୍ରମ କରାଯାଉଥିବା ବେଳେ ଆଜି ରାଜସୁନାଖଳା ରେ ମୋ ପରିବାର କାର୍ଯ୍ୟକ୍ରମ ଆନୁକୂଲ୍ୟରେ ରକ୍ତଦାନ ଶିବିର କରାଯାଇଥିଲା । ସ୍ଥନୀୟ ଅଞ୍ଚଳର ବହୁ ସ୍ବେଛାସେବୀ ମାନେ ସ୍ଵେଛା କୃତ ଭାବେ ସରକାରଙ୍କ କୋଭିଡ୍ ନିୟମକୁ ମାନି ରକ୍ତ ଦାନ କରଥିଲେ । ଏଥିରେ ପ୍ରାୟ ୧୧୭ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି । ସରକାରଙ୍କ କୋଭିଡ୍ ନିୟମକୁ ପାଳନ କରି ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.