ମହାବିଦ୍ୟାଳୟରେ ହାତଧୁଆ ଦିବସ ପାଳନ ।

0 275

ବେଲଗୁଣ୍ଠା,୧୫/୧୦(ପିପିଟି); ସମଗ୍ର ବିଶ୍ଵ ଆଜି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ବେଳେ ସ୍ଵଚ୍ଛତା ହିଁ ଏହାକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବର ମିଳିତ ଉଦ୍ୟମରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ଯୁବ ରେଡ କ୍ରସ୍ ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ବିବେକାନନ୍ଦ କର, ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇ ବିଶ୍ଵ ହାତ ଧୁଆ ଦିବସର ତାତ୍ପର୍ଯ୍ୟକୁ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶୀଙ୍କୁ ବେହେରା, ମହେନ୍ଦ୍ର ବେହେରା, କାହ୍ନୁ ସ୍ଵାଇଁ, ଜୟସେନ୍ ଜେନା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

(ରିପୋର୍ଟ- ଶିବରାମ ଚୌଧୁରୀ। )

Leave A Reply

Your email address will not be published.