ସୁଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରଙ୍କ ପତ୍ର ।

0 257

ଶେରଗଡ଼,ତା- ୧୪/୧୦(ପିପିଟି); ଗଞ୍ଜାମ ଜିଲ୍ଲାରେ ପାକୃତିକ ସମ୍ବଳ ଅତୁଳନୀୟ। ତଥାପି ଲକ୍ଷ ଲକ୍ଷ କୁଶଳୀ ଓଡ଼ିଆ ଶ୍ରମିକ ବିଭିନ୍ନ ରାଜ୍ୟରେ କଠିନ ପରିଶ୍ରମ କରି ସେହି ରାଜ୍ୟର ଅର୍ଥନୀତି ସୁଦୃଢ଼ କରିବା ସହ ଦାଦନ ଶ୍ରମିକ ଭାବେ ନିଜର ଜୀବିକା ନିର୍ବାହ କରୁଛନ୍ତି।ଏହା କେବଳ ଗଞ୍ଜାମ ଜିଲ୍ଲା ପାଇଁ ନୁହେଁ ସାରା ଓଡ଼ିଶା ରାଜ୍ୟର ଏକ ଦୁର୍ଦ୍ଦିନ ତଥା ଦୁଃଖଦ ଅବସ୍ଥା। ଏହି ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଥିବା ବେଳେ ଗଞ୍ଜାମର ପରିସ୍ଥିତି ଅତି ଶୋଚନୀୟ ତଥା ଲଜ୍ୟାଜନକ। ଗୁଜୁରାଟ ସୁରଟ ଓ ମୁମ୍ବାଇର ବୟନ ଶିଳ୍ପ କ୍ଷେତ୍ରରେ ୭ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ କେବଳ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ ସେଠାରେ ନିୟୋଜିତ ହେବା ସରକାରୀ ତଥା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଆମ ରାଜ୍ୟର ଚୌଦ୍ୱାର, ଆସ୍କା ଆଦି ସ୍ଥାନର ସୂତାକଳ ବନ୍ଦ ହୋଇଯାଇଛି।ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ମଧ୍ୟ ସୂତାକଳ କାର୍ଯ୍ୟକ୍ଷମ ନ ହୋଇ ଖତ ଖାଉଛି ।ଗଞ୍ଜାମ ଜିଲ୍ଲାରେ ୧୯୬୧ ମସିହାରେ ଖୋଲିଥିବା ବ୍ରହ୍ମପୁରର ସୂତାକଳ ବର୍ତ୍ତମାନ ଦହନୀୟ ଅବସ୍ଥାରେ ପଡ଼ି ରହିଛି ଏବଂ ଆସ୍କା ସୂତାକଳ ମଧ୍ୟ ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷମ ହେଉନାହିଁ। ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳୀ ହିଂଞ୍ଜିଳିକାଟୁ ପୌର ପରିଷଦ ତଥା ଶେରଗଡ଼ ବ୍ଲକ ଆଖପାଖ ଅଞ୍ଚଳରେ ବହୁ ହସ୍ତ ତନ୍ତ କାରିଗର ଜୀବିକା ନିର୍ବାହ କରୁଛନ୍ତି କିନ୍ତୁ ଆବଶ୍ୟକ ପ୍ରୋତ୍ସାହନ ନଥିବାରୁ ସେମାନେ ବାହାର ରାଜ୍ୟକୁ ଦାଦନ ନିମନ୍ତେ ଯାଉଛନ୍ତି। ତେଣୁ ସମସ୍ତ ପ୍ରକାର ଗମନାଗମନର ସାପେକ୍ଷ ସୁବିଧା ନଥିବା କାରଣରୁ ହିଂଜିଳିକାଟୁ ସହରରେ ଏକ ବସ୍ତ୍ର ଉଦ୍ୟୋଗ ଜନିତ ” ପ୍ରୋସେସିଙ୍ଗ ୟୁନିଟ” ସ୍ଥାପନ କରାଗଲେ ଦାଦନ ସମସ୍ୟା ପରି ଏକ ବିରାଟ ସମସ୍ୟାରୁ ଗଞ୍ଜାମବାସୀ ଉପକୃତ ହୋଇପାରିଥାନ୍ତେ। ତେଣୁ ପ୍ରବାସୀ “ସୁଗମ” ଅନୁଷ୍ଠାନ ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିର୍ଦ୍ଦେଶ ଦେଇ ଗଞ୍ଜାମ ଜିଲ୍ଲାର ଗମ୍ଭୀର ପରିସ୍ଥିତିର ଆଶୁ ସମାଧାନ ନିମନ୍ତେ ଶେରଗଡ଼ ତହସିଲଦାର ଡ଼ଃ ଦୟସିନ୍ଧୁ ପରିଡ଼ାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ପାଢ଼ୀ (କେନ୍ଦ୍ରୀୟ ଚଳଚିତ୍ର ପ୍ରାମାଣିକ ବୋର୍ଡ଼ ସଦସ୍ୟ ),ଚିନ୍ମୟ ରେଡ଼ି, କିରଣ କୁମାର ମହାରଣା, ପ୍ରସାଦ ସାହୁ, ମୁନେଶ ଦୋରା,ରୁଦ୍ର ପ୍ରସାଦ ସେଠୀ, ବିପ୍ଳବ ସେଠୀଙ୍କ ସହ-ସଂଯୋଜକ ଆଲୋକ କୁମାର ନାୟକ ଉପସ୍ଥିତ ଥିଲେ।

(ରିପୋର୍ଟ-ଭିକୁ ନାୟକ। )

Leave A Reply

Your email address will not be published.