ଲଗାଣ ବର୍ଷା ହେବା ଯୋଗୁଁ ବିଭିନ୍ନ ଚାଷ ଜମି କ୍ଷୟକ୍ଷତି, ଚାଷୀ ମାନଙ୍କ ମୁଣ୍ଡରେ ଚଡକ ।

0 869

ବ୍ରହ୍ମପୁର,ତା-୧୩/୧୦(ପିପିଟି) କରୋନା ମହାମାରୀ ଚାଷୀ ମାନଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀ ମାନଙ୍କ ଜୀବିକା ସମ୍ପୂର୍ଣ ଭାବେ ଧୋଇନେଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ଆଜକୁ ପ୍ରାୟ ଦୁଇଦିନ ହେବ ଲଗାଣ ବର୍ଷା ଲାଗିରହିଥିବାରୁ ଚାଷ ଜମିରେ ଧାନ ଫସଲ ବିଭିନ୍ନ ପନିପରିବା ଗଛ ସବୁ ନଷ୍ଟ ହୋଇଯାଇଛି । ଏକର ଏକର ଜମିରେ ପାଣି ଜମି ରହିଥିବାରୁ ଚାଷୀ ମାନଙ୍କର ମୁଣ୍ଡରେ ଏବେ ଚଡକ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାଷୀ ମାନେ କଣ କରିବେ କାହାକୁ କହିବେ ନିଜର ସମସ୍ୟା କିଏ ଶୁଣିବ ତାଙ୍କର ଦୁଃଖ ଏମିତି ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି ନିରୀହ ଚାଷୀ ମାନେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଚାଷୀ ମାନେ ଆମ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ସେମାନଙ୍କ ଦୁଃଖ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କର ସମସ୍ୟା ବୁଝି ଚାଷୀ ମାନଙ୍କର କ୍ଷୟକ୍ଷତି ଆକଳନ କରି ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ପୁରଣ କରିବେ ବୋଲି ଚାଷୀ ମାନେ ଆଶା ବାନ୍ଧି ବସିଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଆସି ଚାଷ ଜମିକୁ ଦେଖି ଚାଷୀ ମାନଙ୍କ ସମସ୍ୟା ବୁଝି କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.