ଭୁବନେଶ୍ଵର,ତା-୧୩/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୪,୨୮୮ ମଧ୍ୟରୁ ୩୯,୬୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୩,୪୦୭ ମଧ୍ୟରୁ ୨୧,୪୭୮ ଜଣ ସୁସ୍ଥ ,୮୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୨୭୫ । ବର୍ତ୍ତମାନ ସୁଦ୍ଧା ୩୮,୩୬,୮୨୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୫୬,୯୩୭ ଚିହ୍ନଟ ହୋଇଛନ୍ତି ୨,୩୦,୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୬୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୨୭୫ ଜଣଙ୍କ ମଧ୍ୟରୁ ୧,୩୧୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୫୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।