ଆସ୍କା ବସଷ୍ଟାଣ୍ଡରୁ ୧୩୪ କିଲୋଗ୍ରାମ ଗଞ୍ଜେଇ ଜବତ, ୬ଜଣ ଗିରଫ।

0 692

ଆସ୍କା,ତା-୧୨/୧୦(ପିପିଟି); ଆସ୍କା ବସଷ୍ଟାଣ୍ଡରେ ଛଅ ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯିବା ଉଦେଶ୍ୟରେ ବସକୁ ଅପେକ୍ଷା କରିଥିବା ବେଳେ , ସନ୍ଦେହ ଜନକ ଭାବେ କୌଣସି ସୂତ୍ରରୁ ଆସ୍କା ପୋଲିସ ଖବର ପାଇ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ପଚାର ଉଚରା ପରେ ସେମାନଙ୍କ ଠାରୁ ୧୩୪ କିଲୋଗ୍ରାମ ଗଞ୍ଜେଇ ୬ଟି ପ୍ଲାଷ୍ଟିକ ବ୍ୟାଗରେ ମିଳିଥିଲା । ଆସ୍କା ପୋଲିସ ସେମାନଙ୍କୁ ଗିରଫ କରିବା ସହ ଗଞ୍ଜେଇ , ୫୦୦୦ ଟଙ୍କା,୪ଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କବିସୂର୍ଯ୍ୟନଗର ଓ ସେରଗଡ ଅଞ୍ଚଳର , ସୂଚନା ମୁତାବକ ଯୁବକ ମାନେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଦେଇ ସୁରଟ ଚାଲାଣ ପାଇଁ ଆସ୍କା ବସଷ୍ଟାଣ୍ଡରେ ବସ ଅପେକ୍ଷାରେ ବସିଥିଲେ। ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗିରଫ ବ୍ୟକ୍ତି ମାନଙ୍କୁ କେସ ନଂ ୫୩୦/୨୦ ରେ ମାମଲା ରୁଜୁ କରି ଆଇ ପି ସି ୨୦ବି(II)(ସି) ଏନ.ଡ଼ି.ପି.ଏସ୍ ଅନୁଯାଇ କୋର୍ଟ ଚାଲାଣ କରାଯାଇଥିବା ଆସ୍କା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.