ପୋଲସରା ଏନ୍ଏସିରେ ବସ୍ତିବାସିନ୍ଦାଙ୍କୁ ପଟା ବଣ୍ଟନ।

0 553

 

ବ୍ରହ୍ମପୁର,ତା-୧୨/୧୦(ପିପିଟି); ରାଜ୍ୟ ସରକାରଙ୍କ ତରଫରୁ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବସ୍ତିକୁ ବାସପୋଯୋଗୀ ବସତିରେ ପରିଣତ କରିବାର ଅଭିନବ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବସ୍ତି ବାସିନ୍ଦାକୁ ପଟା ବଣ୍ଟନ କରିଛନ୍ତି । ପୋଲସରା ଏନ୍ଏସିର ଆଡୁଆ ସାହି, କଇଠବନ୍ଧ ହୁଡା ସାହି,ବ୍ଲକବନ୍ଧ ସାହି ଓ ରାଣୀପଡା ଦଳିତ ସାହିର ୮୫ ଜଣଙ୍କୁ ପଟା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ,ପୂର୍ବତନ ଅଧ୍ଯକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.