ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ।

0 250

ଯାଜପୁର୧୧/୧୦(ପିପିଟି); ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମୀଳନି କକ୍ଷରେ ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସଂ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ କେବେ ଅଲୋଡ଼ା ନୁହନ୍ତି ବୋଲି ସୂଚନା ଦେବା ସହିତ ବିନା ନାରୀରେ ସମାଜ ତିଷ୍ଟିପାରିବା ଅସମ୍ଭବ ବୋଲି ମତବ୍ୟକ୍ତ ବରିଥିଲେ । ଏହି ଅବସରରେ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରୀ ଏବଂ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୦ ଜଣ କନ୍ୟାରତ୍ନମାନଙ୍କୁ ସମ୍ବର୍ଦ୍ଧନା ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଶିଶୁସୁରକ୍ଷା ୟୁନିଟ୍ ଅଧିକାରୀ ନିରଞନ କର ପ୍ରମୁଖ ଦେଇଥିଲେ । ଏଥିସହ ବାଲ୍ୟବିବାହ, କନ୍ୟା ସନ୍ତାନଙ୍କ ସୁରକ୍ଷା ଏବଂ କନ୍ୟାଭୃଣହତ୍ୟା ଆଇନ ଉପରେ ଅନଲାଇନ ଯୋଗେ ସଚ୍ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.