ସାନଖେମୁଣ୍ଡି,୧୦/୧୦(ପିପିଟି); ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ବ୍ଲକ୍ ସ୍ତରରେ କର୍ଯ୍ୟକରୁଥିବା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପର ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପୋଷାକ ଯୋଗାଣ ବ୍ୟବସ୍ଥାରେ ସମ୍ପ୍ରତି ପରିବର୍ତ୍ତନ ହୋଇଅଛି । ପୂର୍ବ ପ୍ରକାରେ କର୍ମୀଙ୍କ ଦ୍ଵାରା ଯୋଗାଣ କରାଯାଉଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ବିଭାଗଦ୍ୱାରା ଅଧିକୃତ ସଂସ୍ଥାଦ୍ୱାରା ଏହି ପୋଷାକ ବଣ୍ଟନର ବ୍ୟବସ୍ଥା ହୋଇଅଛି । ଏହି କ୍ରମରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟଳୟ ପତ୍ର ସଂଖ୍ୟା – ୨୯୫୧ /ତା – ୦୭/୧୦/୨୦୨୦ ପ୍ରକାରେ ସାନଖେମୁଣ୍ଡି ପ୍ରକଳ୍ପ ଅଧୀନ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପୋଷାକ ଯୋଗାଣ ପାଇଁ ପୋଡ଼ାମାରି ସ୍ଥିତ ଜୟ ବଜରଙ୍ଗବାଲି ଉତ୍ପାଦକ ସଂଘ ଦାୟିତ୍ଵ ନେଇଥିବା ଜଣାଯାଇଛି । ଏଥି ନେଇ ପୋଡାମାରିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜୟ ବଜରଙ୍ଗବାଲି ତରଫରୁ ନିଜ ପ୍ରଶିକ୍ଷିତ ସଦସ୍ୟାଙ୍କ ଦ୍ୱାରା ଶିଶୁଙ୍କ ପୋଷାକ ପ୍ରସ୍ତୁତି ସହ ବଣ୍ଟନ କରାଯିବା ନେଇ ଅନୁମତି ପରେ ସଂଘ ତା’ ର ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିଛି । ନିର୍ଦ୍ଧାରିତ ପ୍ରସ୍ତୁତି ସହିତ ଆଜି ସାନଖେମୁଣ୍ଡି ପ୍ରକଳ୍ପ ତରଫରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପୋଡାମାରୀ ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀଙ୍କ ପୌରୋହିତ୍ୟତେ ଅନୁଷ୍ଠିତ ମହିଳା ସଂଚାୟୀକା ସଂଘର ଏକ ସ୍ଵତନ୍ତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଉଦଘାଟିତ କରିଥିବା ବେଳେ ଭାରପ୍ରାପ୍ତ ସିଡିପିଓ ସରୋଜିନୀ ବେହେରା ପୋଷାକ ପ୍ରସ୍ତୁତି ଏବଂ କେନ୍ଦ୍ର ୱାରୀ ଯୋଗାଣ ବିଷୟରେ ତଥ୍ୟ ରଖିଥିଲେ। ବ୍ଲକ ପ୍ରକଳ୍ପ ସଂଯୋଜକ ଦୁର୍ଯ୍ୟୋଧନ ମଲିକଙ୍କ ତଥ୍ୟ ପ୍ରକାରେ ପ୍ରକଳ୍ପର ୬୮୨୮ ଜଣ ପ୍ପ୍ରାକ ବିଦ୍ୟାଳୟ ଶିଶୁଙ୍କ ପାଇଁ ଧାର୍ଯ୍ୟ ୧୩୬୫୬ ପୋଷାକ ପ୍ରସ୍ତୁତି ପାଇଁ ଜୟ ବଜରଙ୍ଗବାଲି ଏସଏଚଜି ଦାୟିତ୍ଵ ନେ଼ଇଥିବାରୁ ଏଥି ନେଇ ପ୍ରସ୍ତୁତି ତ୍ବରାନ୍ବିତ କରାଯାଇଥିବା ସୂଚିତ କରିଥିଲେ ।ସଂଘ ସଭାନେତ୍ରୀ ମଧୁମିତା ପ୍ରଧାନ ,ସମ୍ପାଦିକା ସରିତା ପ୍ରଧାନଙ୍କ ସହିତ ସମସ୍ତ ସଦସ୍ୟା ପୋଷାକ ପ୍ରସ୍ତୁତିରେ ଥିବା ସହ ନିର୍ଦ୍ଧାରିତ ସମୟଭିତିରେ ଚୁକ୍ତି ଅନୁଯାୟୀ କାର୍ଯ୍ୟକ୍ରମକୁ ସଫଳ କରାଇବା ନେଇ ସୂଚନା ପ୍ରଦାନ କରିଛନ୍ତି ।
(ରିପୋର୍ଟ – ସାଇଦୀପ୍ ପୂଜାରୀ/ଆରତ କୁମାର ହୋତା ।)