ଭେଙ୍କଟରାୟପଲ୍ଲୀରେ ମୃତ ଦେହ ଉଦ୍ଧାର, ମତ୍ୟୁ କାରଣ ଅସ୍ପଷ୍ଟ ।

0 229

ହିଞ୍ଜିଳିକାଟୁ,ତା-୧୦/୧୦(ପିପିଟି) ; ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ପୋଚିଲିମା ପଞ୍ଚାୟତସ୍ଥ ଭେଙ୍କଟରାୟ ପଲ୍ଲୀ ଗ୍ରାମର ହରିଜନ ସାହିରେ ଏକ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ସେହି ଗାଁର ଚିନା ଦାସ(୪୬) ବୋଲି ଜଣାପଡିଛି। ସକାଳୁ ଉଠି ଘର ଲୋକେ ଚିନା ଘରେ ନଥିବାର ଜଣିବାକୁ ପାଇଥିଲେ । ବହୁ ଖୋଜା ଖୋଜି ପରେ ଗ୍ରାମର କିଛି ବ୍ୟକ୍ତି ଘର ଠାରୁ ପ୍ରାୟ ୧୦ ମିଟର ଦୂରରେ ପଡ଼ିଥିବା ଦେଖି ଗୃହ ପରିବାରଙ୍କୁ ଜଣାଇଥିଲେ। ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବାପରେ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ କେସ ନମ୍ୱର୍ ୨୮/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି। (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର / ଫଟୋ- ସାନ୍ତନୁ କୁମାର ବେହେରା)

Leave A Reply

Your email address will not be published.